Home ଆନ୍ତର୍ଜାତୀୟ ଆମେରୀକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୁଦ୍ଧରେ ମହାଭିଯୋଗର ପ୍ରସ୍ତାବ ପାସ୍, ଏବେ ସିନେଟରେ ହେବ ଭୋଟିଙ୍ଗ

ଆମେରୀକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୁଦ୍ଧରେ ମହାଭିଯୋଗର ପ୍ରସ୍ତାବ ପାସ୍, ଏବେ ସିନେଟରେ ହେବ ଭୋଟିଙ୍ଗ

1069

ନୂଆ ଦିଲ୍ଲୀ ୧୯-୧୨ (ଓଡ଼ିଆ ପୁଅ) ଆମେରୀକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୁଦ୍ଧରେ ମହାଭିଯୋଗର ପ୍ରସ୍ତାବ ପାସ୍ ହୋଇଛି। ଏବେ ସିନେଟରେ ଭୋଟିଙ୍ଗ ହେବ। ଆମେରୀକାର ଇତିହାସରେ ଡୋନାଲ୍ଡ ଟ୍ରମ୍ପ ହେଉଛନ୍ତି ତୃତୀୟ ରାଷ୍ଟ୍ରପତି ଯାହା ବିରୁଦ୍ଧରେ ମହାଭିଯୋଗ ଅଣାଯାଇଛି। ଅପର ପକ୍ଷରେ ଟ୍ରମ୍ପ ନିଜ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ନିରାଧାର ବୋଲି କହିଛନ୍ତି।

ଏହି ମହାଭିଯୋଗ ପ୍ରସ୍ତାବ ହାଉସ ଅଫ ରିପ୍ରେନ୍ଜେଟେଟିଭଙ୍କ ଦ୍ୱାରା ପାଶ୍ ହୋଇଛି। ଟ୍ରମ୍ପଙ୍କ ଉପରେ ଅଭିଯୋଗଯେ, ସେ ଶକ୍ତିର ଦୁରୁପଯୋଗ କରିଛନ୍ତି। ଡେମୋକ୍ରାଟିକ-ବହୁମତ ଥିବା ସଦନରେ ୨୩୦ ରୁ ୧୯୭ ଭୋଟ ମହାଭିଯୋଗ ସପକ୍ଷରେ ପଡ଼ିଛି।

ପ୍ରତିନିଧି ସଭାରେ ମହାଭିଯୋଗର ଅଭିଯୋଗ ପତ୍ର ଉପରେ ମତଦାନ ହୋଇଥିଲା। ଯେଉଁଥିରେ ଟ୍ରମ୍ପଙ୍କ ଉପରେ ଶକ୍ତିର ଦୁରୁପଯୋଗ ଏବଂ ବିଧି ନିର୍ମାତାଗୁଡ଼ିକୁ ଜାଞ୍ଚ କରିବାକୁ ରୋକିବାର ଅଭିଯୋଗ ଲଗାଯାଇଛି। ପ୍ରତିନିଧି ସଭାର ନ୍ୟାୟିକ ସମିତି ବହୁ ସମୟ ପର୍ଯ୍ୟନ୍ତ ତର୍କ କରିବା ପରେ ଗତ ସପ୍ତାହରେ ଟ୍ରମ୍ପଙ୍କ ବିରୁଦ୍ଧରେ ଦୁଇଟି ଅଭିଯୋଗକୁ ମଞ୍ଜୁରୀ ଦେଇଥିଲେ। ପ୍ରଥମ ଶକ୍ତିର ଦୁରୁପଯୋଗ ଅଟେ। ଯେଉଁଥିରେ ଟ୍ରମ୍ପଙ୍କ ଉପରେ ୟୁକ୍ରେନ ଉପରେ ୨୦୨୦ ର ସାଧାରଣ ନିର୍ବାଚନରେ ତାଙ୍କର ସମ୍ଭାବିତ ରାଜନୀତିକ ପ୍ରତିଦ୍ଵନ୍ଦ୍ଵୀ ଯିଏକି ବିଡେନଙ୍କୁ ବଦନାମ କରିବା ପାଇଁ ଚାପ ପକାଇବାର ଅଭିଯୋଗ ଅଟେ। ଦ୍ୱିତୀୟ ଅଭିଯୋଗ ହେଉଛି ଟ୍ରମ୍ପଙ୍କ ଉପରେ ମହାଭିଯୋଗ ମାମଲାରେ ସଦନର ଜାଞ୍ଚରେ ସହଯୋଗ ନକରିବା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.