Home ଆନ୍ତର୍ଜାତୀୟ ଆମେରିକୀୟ ଚଳଚ୍ଚିତ୍ର ନିର୍ମାତା ହାର୍ଭେ ୱେନଷ୍ଟାଇନ୍ ଙ୍କୁ ଯୌନଶୋଷଣ ଅଭିଯୋଗରେ ୨୩ ବର୍ଷ ଜେଲ୍

ଆମେରିକୀୟ ଚଳଚ୍ଚିତ୍ର ନିର୍ମାତା ହାର୍ଭେ ୱେନଷ୍ଟାଇନ୍ ଙ୍କୁ ଯୌନଶୋଷଣ ଅଭିଯୋଗରେ ୨୩ ବର୍ଷ ଜେଲ୍

68

ନୂଆ ଦିଲ୍ଲୀ ୧୧-୩ (ଓଡ଼ିଆ ପୁଅ) ଆମେରିକୀୟ ଚଳଚ୍ଚିତ୍ର ନିର୍ମାତା ୬୭ ବର୍ଷିୟ ହାର୍ଭେ ୱେନଷ୍ଟାଇନ୍ ଙ୍କୁ ଯୌନଶୋଷଣ ଅଭିଯୋଗରେ ୨୩ ବର୍ଷ ଜେଲ୍ ଦଣ୍ଡ ମିଳିଛି। ଅକ୍ଟୋବର ୨୦୧୭ ରେ ଯୌନ ଶୋଷଣ ଅଭିଯୋଗ କରିଥିଲେ ୮୦ ରୁ ଅଧିକ ମହିଳା। ୱେନଷ୍ଟାଇନଙ୍କ ବିରୁଦ୍ଧରେ #MeToo ସୋସିଆଲ ମିଡିଆ ଅଭିଯାନ ଚଳାଯାଇଥିଲା। ଏହାପରେ ୱେନଷ୍ଟାଇନଙ୍କୁ ନ୍ୟୁୟର୍କରେ ଗିରଫ କରାଯାଇଥିଲା ଏବଂ ୨୫ ମଇ ୨୦୧୮ ରେ ବଳାତ୍କାର ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଜାନୁଆରୀ ୬, ୨୦୨୦ ରେ ତାଙ୍କ କେସ୍ ର ଶୁଣାଣି ଆରମ୍ଭ ହୋଇଥିଲା ଏବଂ ଫେବୃଆରୀ ୨୪, ୨୦୨୦ ରେ, ସେ ନ୍ୟୁୟର୍କରେ ପାଞ୍ଚଟି କେସ୍ ରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତାଙ୍କୁ ୧୧ ମାର୍ଚ୍ଚ ୨୦୨୦ ରେ ୨୩ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.