Home ଜିଲ୍ଲା ପରିକ୍ରମା ଆଭାସି ଜରିଆରେ ସି.ଏମ୍‌. କିଷାନ୍ ଶୁଭ ଉଦ୍‌ଘାଟନର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଲେ ମନ୍ତ୍ରୀ, ଅକ୍ଷୟ ତୃତୀୟା...

ଆଭାସି ଜରିଆରେ ସି.ଏମ୍‌. କିଷାନ୍ ଶୁଭ ଉଦ୍‌ଘାଟନର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଲେ ମନ୍ତ୍ରୀ, ଅକ୍ଷୟ ତୃତୀୟା ଓ ନୂଆଖାଇ ୨ କିସ୍ତିରେ ୪ ହଜାର ଟଙ୍କା

20

ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ନୂଆ ଖାଇ ପର୍ବ ଅବସରରେ ରବି ୨୦୨୪-୨୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସି.ଏମ୍‌. କିଷାନ ସହାୟତା ରାଶିର ପ୍ରଥମ କିସ୍ତି ହସ୍ତାନ୍ତର କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ ଉତ୍ସବ ଆଭାସି ଜରିଆରେ ଆୟୋଜନ ଅବସରରେ ଜିଲ୍ଲା କାର୍ଯ୍ୟାଳୟର ଓସ୍‌ୱାନ ହଲରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟସରକାରଙ୍କ ଉଚ୍ଚଶିକ୍ଷା, ଯୁବସେବା ଓ କ୍ରୀଡ଼ା, ଓଡ଼ିଆ ଭାଷା ପ୍ରତିଷ୍ଠାନ, ସାହିତ୍ୟ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ, ଉପଜିଲ୍ଲାପାଳ ମନୋଜ ପାତ୍ର, ଅତିରିକ୍ତ ଉପଜିଲ୍ଲାପାଳ ଶ୍ୟାମଳ ରାୟ ପ୍ରମୁଖ ଯୋଗ ଦେଇଥିଲେ। ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ସି.ଏମ୍ କିଷାନର ଶୁଭ ଉଦ୍‌ଘାଟନ ଉତ୍ସବ ପାଳନ ଅବସରରେ ଆଭାସି ଜରିଆରେ ଯୋଡ଼ି ହୋଇଥିବା ଭଦ୍ରକ ଜିଲ୍ଲା ସ୍ତରୀୟ ଉତ୍ସବରେ ୨୫ ଜଣ ଚାଷୀଙ୍କୁ ଅତିଥି ମାନଙ୍କ ଦ୍ୱାରା ଉତରୀୟ, ବୃକ୍ଷଚାରା ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ସି.ଏମ୍‌.କିଷାନ୍ ଯୋଜନାରେ କ୍ଷୁଦ୍ର ଓ ନାମ ମାତ୍ର ଚାଷୀଙ୍କୁ ଅକ୍ଷୟ ତୃତୀୟା ଏବଂ ନୂଆଖାଇ ଉପଲକ୍ଷେ ଦୁଇଟି କିସ୍ତିରେ ୪ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବା ବ୍ୟବସ୍ଥା ଅଛି। ଏହି ଯୋଜନାରେ ଭୂମିହୀନ କୃଷକ ମାନଙ୍କୁ ଜୀବିକା ନିର୍ବାହ ନିମିତ ବାର୍ଷିକ ୩ଟି କିସ୍ତିରେ ମୋଟ ୧୨.୫୦୦ ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯାଉଅଛି। ସୂଚନା ଯୋଗ୍ୟକି ଭଦ୍ରକ ଜିଲ୍ଲାରେ ୨୪୬୮୭୦ ଜଣ କ୍ଷୁଦ୍ର, ନାମମାତ୍ର ଏବଂ ଭୂମିହୀନ ଚାଷୀ ସି.ଏମ୍‌. କିଷାନ୍ ଯୋଜନାର ସହାୟତା ପାଉଛନ୍ତି ଏବଂ ପି.ଏମ୍‌. କିଷାନ ଯୋଜନାରେ ୧୬୬୫୮ ଜଣ ଚାଷୀ ସହାୟତା ରାଶି ପାଇ ପାରୁଛନ୍ତି। ମଧ୍ୟମ, ବଡ଼ଚାଷୀ ଏବଂ ସହରାଞ୍ଚଳରେ ଥିବା ଯୋଗ୍ୟ ଚାଷୀମାନେ ପି.ଏମ୍‌. କିଷାନ୍ ଯୋଜନା ୩ଟି କିସ୍ତିରେ ମୋଟ ୬ ହଜାର ଟଙ୍କା ବାର୍ଷିକ ସହାୟତା ପାଇ ପାରିବେ। ଯେଉଁ ଯୋଗ୍ୟ ହିତାଧିକାରୀମାନେ ସି.ଏମ୍‌. କିଷାନ ଯୋଜନାରେ ପଞ୍ଜିକୃତ ହୋଇଛନ୍ତି କିନ୍ତୁ ପି.ଏମ୍‌. କିଷାନ୍ ଯୋଜନାର ଲାଭ ପାଇପାରୁ ନାହାନ୍ତି ସେମାନଙ୍କ୍‌ୁ ୨ ଗୋଟି ଯୋଜନାର ଅନ୍ତର୍ଭୁକ୍ତ କରିବା ପାଇଁ ସୂତନ୍ତ୍ର ଭାବେ ରାଜ୍ୟ ସରକାରଙ୍କ ତରଫରୁ ୮.୯.୨୦୨୪ ଠାରୁ ୮.୧୧.୨୦୨୪ ପର୍ଯ୍ୟନ୍ତ ପି.ଏମ୍‌. କିଷାନ ସାଚ୍ୟୁରେସନ୍ ଡ୍ରାଇଭ୍ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଅଛି। ସି.ଏମ୍‌. କିଷାନ ଓ ପି.ଏମ୍‌. କିଷାନ୍ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଇ କେୱାଇସି, ଏନ୍‌ପିସିଆଇ ମ୍ୟାପିଂ, ଲ୍ୟାଣ୍ଡ ଅପଡ଼େସନ୍‌, ଆଧାର ସଂଶୋଧନ କରିବା ବାଧ୍ୟତା ମୂଳକ ଅଟେ। ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ପୋର୍ଟାଲ ରାଜ୍ୟର ସମସ୍ତ ବର୍ଗର ଚାଷୀଙ୍କ ପଞ୍ଜିକରଣ କରିବା ପାଇଁ ୱାନ୍ ଷ୍ଟପ୍ ପ୍ଲାଟଫର୍ମ। ଏହି ପୋର୍ଟାଲରେ ପଞ୍ଜିକୃତ ଚାଷୀ ଉଭୟ ପି.ଏମ୍‌. କିଷାନ ଏବଂ ସି.ଏମ୍ କିଷାନ ଯୋଜନା ଦ୍ୱାରା ଲାଭାନ୍ୱିତ ହୋଇପାରିବେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଗଣେଶ ଚନ୍ଦ୍ର ମାଝୀ, ପ୍ରାକ୍ତନ ଅଧିକାରୀ ଶ୍ରୀଧର ଦାସ, ସହକାରୀ କୃଷି ଅଧିକାରୀ ଅନୁରାଧା ପଣ୍ଡା, ସତ୍ୟଜିତ୍ ସେଠୀ, ତୁଷାରକାନ୍ତ ପତି, ବ୍ଲକ କୃଷି ଅଧିକାରୀ ବିଶ୍ୱମୋହନ ରାଉତ ପ୍ରମୁଖ ଏହି କାର୍ଯ୍ୟକ୍ରମ ଆୟୋଜନରେ ଆନୁସଙ୍ଗିକ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.