Home ଜିଲ୍ଲା ପରିକ୍ରମା ଆବାସ ଯୋଜନା ବାସଗୃହ ପାଇଁ ସଚେତନତା

ଆବାସ ଯୋଜନା ବାସଗୃହ ପାଇଁ ସଚେତନତା

31
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୫ା୫ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଏନ ଏ ସି କଲ୍ୟାଣ ମଣ୍ଡପ ପରିସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାସଗୃହ ନିର୍ମାଣ କାର୍ଯ୍ୟକୁ ନେଇ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକଙ୍କ ସଂଚାଳନା ରେ ଆୟୋଜିତ କାର୍ଯ୍ୟକ୍ରମରେ ଏନ ଏ ସି ଅଧ୍ୟକ୍ଷା ନିବେଦିତା ଜେନା,ବିଧାୟକ ତଥା ମନ୍ତ୍ରୀ ପ୍ରତିନିଧି ଭାବେ ଶରତ ଚନ୍ଦ୍ର ମହାନ୍ତି,ଉପାଧ୍ୟକ୍ଷ ଓସିମ ଏଜଦାନି କାଦରୀ ପ୍ରମୁଖ ଯୋଗ ଦେଇଥିଲେ। ଅବାସ ଯୋଜନାରେ ସମସ୍ତେ ଘର ପାଇପାରିବେ ଏଥିପାଇଁ କୈଣସି ସମୟସୀମା ନାହିଁ ଯେତେବେଳେ ଚାହିଁଲେ ଅନଲାଇନ ମାଧ୍ୟମରେ ପଞ୍ଜିକରଣ କରିପାରିବେ ଏବଂ ହିତାଧିକାରୀ ମାନେ ସରକାରୀ ନିୟମ ଅନୁସାରେ ସମୟସୀମା ତଥା ୧୨୦ ଦିନରେ ଘର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କଲେ ୨୦- ହଜାର,୧୮୦ଦିନରେ ଘର ସମ୍ପୂର୍ଣ୍ଣ କଲେ-୧୦ ହଜାର ପୁରସ୍କାର ମିଳିବ ବୋଲି ଅଧିକାରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି। ବିଭାଗୀୟ ଅଧିକାରୀ ଧନେଶ୍ୱର ଧଳ,ସୁଶାନ୍ତ କୁମାର ବଳ,ବିଜୟ କୁମାର ଦାସ,ଏମଡି ଖେରୁଲ ଓରାଙ୍କ ସହ ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଏହି ସଚେତନତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.