Home ଜିଲ୍ଲା ପରିକ୍ରମା ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ବାଦ ପଡିବା ନେଇ ଧାରଣା  

ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ବାଦ ପଡିବା ନେଇ ଧାରଣା  

413

ନୟାଗଡ/୨୦/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ରେ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ବାଦ ପଡିବା ଘଟଣା ଚର୍ଚ୍ଚାରେ ରହିଅଛି। ରାଜ୍ୟ ଓ କେନ୍ଦ୍ର ସରକାର ଚାଳଘର ରଖିବେ ନାହିଁ ବୋଲି ବିଭିନ୍ନ ଆବାସ ଯୋଜନା ଆରମ୍ଭ କରିଛନ୍ତି। କେଉଁଠି ଅଯୋଗ୍ୟ ହିତାଧିକାରୀ କଳେବଳେ କୌଶଳେ ଆବାସ ଯୋଜନାରେ ସାମିଲ୍ ହୋଇ ଉପକୃତ ହେଉଥିବା ବେଳେ କିଛି ଯୋଗ୍ୟ ହିତାଧିକାରୀ ବଂଚିତ ହେଉଥିବା ଜଣା ପଡିଛି। ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ୍‌ର ୩୭ ଗୋଟି ଗ୍ରାମ ପଂଚାୟତରେ। ତେଣୁ ଗୋପାଳପୁର ଗ୍ରାମ ପଂଚାୟତ ଓ ମୟୁରଝାଲିଆ ଗ୍ରାମ ପଂଚାୟତର ଶତାଧିକ ମହିଳା, ପୁରୁଷ ହିତାଧିକାରୀ ରଣପୁର ବ୍ଲକ୍ ସମ୍ମୁଖରେ ଧାରଣା ଦେଇଥିବା ଜଣା ପଡିଛି। ସେମାନଙ୍କର ଅଭିଯୋଗ ହେଉଛି ପୁର୍ବରୁ ହିତାଧିକାରୀ ତାଲିକାରେ ସେମାନଙ୍କ ନାମ ଥିଲା। ତେଣୁ କର୍ମଚାରୀମାନେ ତାଙ୍କ ଘରକୁ ଯାଇ କାଗଜାତ ସଂଗ୍ରହ କରିବା ସହ ଜିଓଟ୍ୟାଗ୍ କରିଥିଲେ। କିନ୍ତୁ ଏବେ ଜିଲ୍ଲ ସ୍ତରୀୟ ହିତାଧିକାରୀ ଯାଂଚ ସମୟରେ ସେମାନଙ୍କ ନାମ ତାଲିକାରୁ କାଟି ଦିଆଯାଇଛି। ତେଣୁ ସେମାନେ ରଣପୁର ବିଡିଓଙ୍କୁ ଲିଖିତ ଭାବରେ ଜଣାଇବା ପାଇଁ ଧାରଣା ଦେଇଥିଲେ। ରଣପୁର ବିଡିଓ ପଂଚାୟତ ସମିତି ବୈଠକରେ ଥିବାରୁ ବୈଠକ ସ୍ଥଳକୁ ଯାଇ ଲିଖିତ ଅଭିଯୋଗ ଦେବା ପରେ ଧାରଣାରୁ ଉଠିଥିଲେ। ଏ ସମ୍ପର୍କେ ରଣପୁର ବିଡିଓ ରଶ୍ମିରେଖା ଦାସଙ୍କ ସହ ପୋଂନ୍ ଯୋଗେ ବାରମ୍ବାର ଯୋଗା ଯୋଗ କରିଥିଲେ ମଧ୍ୟ ସେ ଫୋନ୍ ଉଠାଇନଥିଲେ। ଏ ସମ୍ପର୍କେ ପୁରୀ ଜିଲ୍ଲା ସାଂସଦ ପ୍ରତିନୀଧି ପ୍ରଭାତ କୁମାର ଦଳବେହରାଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତିଯେ ଏହି ଅଭିଯୋଗ ସମ୍ପର୍କରେ ସମାଧାନ ପାଇଁ ବ୍ଲକ୍ ପରିସରରେ ଏକ ସେଲ୍ ଖୋଲାଗଲା ଯାହାଦ୍ୱାରାକି ଯେଉଁ ଯୋଗ୍ୟ ହିତାଧିକାରୀମାନେ ବାଦ୍ ପଡିଛନ୍ତି ସେମାନେ ଆବେଦନ କଲେ ତଦନ୍ତ କରାଯାଇ ସେମାନଙ୍କ ନାମକୁ ପୁର୍ନବାର ସ୍ଥାନୀତ କରାଯିବ। ଯେପରିକି କୌଣସି ଯୋଗ୍ୟ ହିତାଧିକାରୀ ବାଦ୍ ନପଡନ୍ତି।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.