Home କେନ୍ଦୁଝର ଆବାସ ଯୋଜନାରେ ଘରକରି କିସ୍ତି ପାଉନାହାନ୍ତି ହିତାଧିକାରୀ

ଆବାସ ଯୋଜନାରେ ଘରକରି କିସ୍ତି ପାଉନାହାନ୍ତି ହିତାଧିକାରୀ

34

ହାଟଡିହି, ୨୭ । ୯ (ଓଡିଆପୁଅ / ବିକାଶ ବିଶ୍ୱାଳ) ଆବାସ ଯୋଜନାରେ ଘର ନିର୍ମାଣ କରି କିସ୍ତି ପାଉ ନାହାନ୍ତି ହିତାଧିକାରୀ । ଏପରି ଏକ ଅଭିଯୋଗ କରିଛନ୍ତି ହାଟଡିହି ବ୍ଲକ ବାଙ୍ଗୋର ପଞ୍ଚାୟତର ବାଙ୍ଗୋର ଗ୍ରାମରେ । ଗ୍ରାମର ନିବେଦୀତା ଧଳ ସ୍ୱାମୀ ଆଦିକନ୍ଦ ଧଳଙ୍କ ନାମରେ ୨୦୧୬/୧୭ ଆର୍ôଥକ ବର୍ଷରେ ବିଜୁପକାଘର ଯୋଗାଇ ଦିଆଯାଇଥିଲା । ଯାହାର ସାଙ୍କସନ କୋର୍ଡ ନମ୍ବର ହେଉଛି ଓଆର-୦୩–୦୦୯-୦୦୭-୬୪୮୫୨୭ ଅଟେ । ପ୍ରଥମକିସ୍ତି ବାବଦକୁ ତାଙ୍କ ଏକାଉଣ୍ଟକୁ ୨୦ହଜାର ଯଙ୍କା ଯୋଗାଇ ଦିଆଯାଇଥିଲା । ଘରକାମ ଆରମ୍ଭ କରି ପ୍ଲିନ୍ଥ ପକାଇ ସାରିବାପରେ ତାଙ୍କୁ ଆଉ ଦ୍ୱିତୀୟ କିସ୍ତି ଟଙ୍କା ଦିଆଗଲା ନାହିଁ । ସେ ଏନେଇ ବାରମ୍ବାର ଜିଆରଏସ, ପିଇଓ ଏବଂ ବ୍ଲକକୁ ଧାଇଁ ଧାଇଁ ଦିନ ବିତିଲା ପଛେ ଆଉ ଅନୁଦାନ ଟଙ୍କା ମିଳିଲା ନାହିଁ । ପୁରୁଣା ଚାଳଘର ଭାଙ୍ଗି ଦେଇଥିବାରୁ ମୁଣ୍ଡ ଗୁଞ୍ଜିବାକୁ ଯାଗା ନଥିବାରୁ ପରିବାର ଲୋକେ ରହିବାପାଇଁ ବାଧ୍ୟହୋଇ ଧାର କରଜ କରି ଘରକାମ ସମ୍ପୁର୍ଣ୍ଣ କରିଦେଲେ । ପୁଣି ୨୦୧୮ରେ କନିଷ୍ଠଯନ୍ତ୍ରୀ ଓ ଜିଆରଏସ ନିଜେ ଦାୟିତ୍ୱ ନେଇ କରିଦେବେ ବୋଲି କହିଲେ । ପଞ୍ଚାୟତର ୧୧୦ଟି ଘର ତାଲିକା ଯାହାକି ଡିପାର୍ଟମେଣ୍ଟାଲ କରାଯାଉଥିଲା ତାହା ଭିତରେ ତାଙ୍କର ନାମ ମଧ୍ୟ ଥିଲା । ଏପରିକି ଓଏମସି କର୍ମଚାରୀଙ୍କ ସହିତ ସେମାନେ ତାଙ୍କ ଘରକୁ ମାପଜୁପ ମଧ୍ୟ କଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ଟଙ୍କା ଦେଲେନି । ବାରମ୍ବାର ସେମାନଙ୍କୁ ଟଙ୍କା ମାଗିବାରୁ ସେ ଏହା ଓ.ଏମ.ସି କରିଛି ସେ ଟଙ୍କା ନେଇଗଲା ବୋଲି କହୁଛନ୍ତି । ମାତ୍ର ୨୦ହଜାର ଟଙ୍କା ପାଇ ମୁଁ ଘର କରିଛି, ଗୋଟିଏ ବି ଅଧିକ ଟଙ୍କା ମୋ ଏକାଉଣ୍ଟକୁ ଯାଇ ନାହିଁ, ଏବେ କିପରି ଧାର କରଜ ସୁଝିବି ବୋଲି ନିବେଦିତା ଅଭିଯୋଗ କରିଛନ୍ତି । ଏନେଇ ସେ କେନ୍ଦୁଝର ଜିଲ୍ଲାପାଳ, ଏମ.ଡି. ଓ.ଏମ.ସି, ବିଡିଓ ହାଟଡିହି ପ୍ରମୁଖଙ୍କୁ ଏକ ଅଭିଯୋଗ ପତ୍ର ପଠାଇଛନ୍ତି । ଯଦି କେହି ଭୁଲ ତଥ୍ୟ ଦେଇ ତାଙ୍କ ଅନୁଦାନ ଟଙ୍କାକୁ ହଡପ କରିଥାଏ ତେବେ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ସେ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.