Home ଓଡ଼ିଶା ଆବାସ ଯୋଜନାରୁ ଯୋଗ୍ୟା ହିତାଧିକାରୀ ବଂଚିତ

ଆବାସ ଯୋଜନାରୁ ଯୋଗ୍ୟା ହିତାଧିକାରୀ ବଂଚିତ

141

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୪/୦୬-କେନ୍ଦ୍ର ଓ ରାଜ୍ୟ ସରକାର କାହାରିକୁ କଚ୍ଚା ବିପଦ ଶଙ୍କୁଳ ଘରେ ରହିବାକୁ ଦିଆଯିବ ନାହିଁ ବୋଲି ନିଷ୍ପତି ନେଇଛନ୍ତି । ସେଥିପାଇଁ ଆବାସ ଯୋଜନା ଆରମ୍ଭ କରିଛନ୍ତି । ପକ୍କାଘର ଥିବା ଧନୀ ଲୋକଙ୍କୁ ଆବାସ ଯୋଜନାରେ ସାମିଲ କରାଯାଉଥିବା ବେଳେ କଚ୍ଚାଘରେ ରହୁଥିବା ପରିବାରକୁ ଆବାସ ଯୋଜନା ମିଳୁନାହିଁ । ନୟାଗଡ ଜିଲ୍ଲା ଆବାସ ଯୋଜନାରେ ଜାଲିଆତି ରୋକିବା ପାଇଁ ପଦକ୍ଷେପ ନିଆଗଲା । ବ୍ଲକ୍ ଅଦଳ ବଦଳ କରାଯାଇ ଚେକିଙ୍ଗ କରାଗଲା । ସେଥିରେ ବି ଏକା ଅବସ୍ଥା । ପ୍ରକୃତ ହିତାଧିକାରୀ ଆବାସ ଯୋଜନାରୁ ବଂଚିତ ହେଲେ । ସେହିଭଳି ଏକ ଘଟଣା ଦେଖିବାକୁ ମିଳୁଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଚମ୍ପାପେଡି ଗ୍ରାମ ପଂଚାୟତ ବାରଙ୍ଗଗାଡିଆ ଗ୍ରାମରେ । ବାରଙ୍ଗଗାଡିଆ ଗ୍ରାମର ରିନା ବୈରିଗଂଜନ ଜଣେ ପ୍ରକୃତ ଯୋଗ୍ୟା ହିତାଧିକାରୀଣି । ସେ ରଣପୁର ବ୍ଲକ୍ କୁ ବାରମ୍ବାର ଆବାସ ଯୋଜନା ପାଇଁ ଆବେଦନ କଲେ ସୁଦ୍ଧା ତାଙ୍କୁ ଆବାସ ଖଣ୍ଡିଏ ମିଳୁନାହିଁ । କେତେବେଳେ ହିତାଧିକାରିଣୀ ତାଲିକାରେ ତାଙ୍କ ନାଁ ରହୁଛି ତ ଆଉ କେତେବେଳେ କଟି ଯାଉଛି । ତାଙ୍କ ନାମ ତାଲିକାରୁ କଟିଲା ପରେ ସେ ରଣପୁର ବ୍ଲକ୍ ରେ ପୁଣିଥରେ ଆବେଦନ କରିଛନ୍ତି । ତାଙ୍କ କହିବା ଅନୁସାରେ ତାଙ୍କ ଗ୍ରାମରେ ବାପ ଆବାସ ଯୋଜନା ପାଇଥିଲା ବେଳେ ପୁଅ ନାମରେ ବି ଆବାସ ମିଳୁଛି । ଏପରିକି ଅବିବାହିତ ଯୁବକଙ୍କ ନାମରେ ଆବାସ ଯୋଜନା ମିଳୁଛି । ସେ ଆବାସ ଖଣ୍ଡିଏ ପାଇଁ ସରକାରଙ୍କ ଉପରୁ ଆସ୍ଥା ହରାଇଥିବା କହୁଛନ୍ତି ।

ଏ ସମ୍ପର୍କେ ଚମ୍ପାପେଡି ସରପଂଚ ନିର୍ମଳ କୁମାର ମତଗଜସିଂଙ୍କ ସହ ଯୋଗା ଯୋଗ  କରିବାରେ କୁହନ୍ତି ରିନା ବୈରିଗଂଜନ ଜଣେ ଯୋଗ୍ୟା ହିତାଧିକାରିଣୀ । ସେ ଆବାସ ଯୋଜନାରେ ସାମିଲ ହେବାକଥା । କିନ୍ତୁ ତାଙ୍କ ନାମ ଏସ୍‌.ସି.ସି ସର୍ଭେ ତାଲିକାରେ ନାହିଁ । ଅନ୍ୟ ବ୍ଲକ ଲୋକ ଆମ୍ଭ ପଂଚାୟତରେ ଆବାସ ଯୋଜନା ହିତାଧିକାରୀ ସର୍ଭେ କଲେ । ଏଥିରେ ଆମ୍ଭଙ୍କୁ ସାମିଲ କରାଗଲା ନାହିଁ । ତେଣୁ ତାଙ୍କ ନାମ ହିତାଧିକାରିଣୀ ତାଲିକାରୁ କିପରି କଟିଛି ଆମ୍ଭେ କହି ପାରିବୁ ନାହିଁ । ରଣପୁର ବ୍ଲକ୍ ଅଂଚଳରେ ଅନେକ ପଂଚାୟତରେ ଏହିଭଳି ଅନେକ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବଂଚିତ ହୋଇଥିବା ଅଭିଯୋଗ ହେଉଛି । ବ୍ଲକ୍ କର୍ତ୍ତୁପକ୍ଷ ଏହାର ତଦନ୍ତ କରିବା ପାଇଁ ଯୋଗ୍ୟ ହିତାଧିକାରୀମାନେ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.