Home କେନ୍ଦୁଝର ଆବାସ ଯୋଜନାରୁ ନାଁ କାଟିଦେବା ଅଭିଯୋଗରେ ଧାରଣା

ଆବାସ ଯୋଜନାରୁ ନାଁ କାଟିଦେବା ଅଭିଯୋଗରେ ଧାରଣା

53

ହାଟଡିହି-୬ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଶାଳଣିଆଁ ପଞ୍ଚାୟତରେ କିଛି ବ୍ୟକ୍ତିଙ୍କ ନାମ ଆବାସ ଯୋଜନାରେ ଥାଇ ପଞ୍ଚାୟତ କାନ୍ଥରେ ତାଲିକା ମରାଯାଇଥିଲା ବେଳେ ଆକ୍ରୋଶ ମୁଳକ ଭାବେ ତାଙ୍କ ନାମକୁ କାଟିଦିଆଯାଇଥିବା ନେଇ କେନ୍ଦୁଝର ଜିଲ୍ଲାପାଳ, ଆନନ୍ଦପୁର ଉପଜିଲ୍ଲାପାଳ, ହାଟଡିହି ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ । ମ।।ତ୍ର ବିଭାଗୀୟ କର୍ତ୍ତୁପକ୍ଷ ଏନେଇ କୌଣସି ପଦକ୍ଷେପ ନନେବାରୁ ଗ୍ରାମର ଭାଇଗା ରାଉଳ, କମଳା ନାୟକ, ଭରତ କୁଅଁର, ପାର୍ବତୀ ବାରିକ, ସୁଧିର ନାୟକ, ରାମକୁମାର ବାରିକ, ହରିହର କବି, ମାର୍କଣ୍ଡ ବାରିକ ପ୍ରମୁଖ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ଜଣାଯାଇଛି । ସେମାନଙ୍କ ଅଭିଯୋଗ ଅନୁଯାଇ ଆବାସ ଯୋଜନାରେ ସାମିଲ ହେବାପାଇଁ ସେମାନେ ପଞ୍ଚାୟତ କାର୍ଯ୍ୟାଳୟରେ ଭୋଟ ପରିଚୟପତ୍ର, ଆଧାରକାର୍ଡ, ଜମିପଟ୍ଟା, ବ୍ୟାଙ୍କ ପାସବୁକ ଆଦି ସମସ୍ତ କାଗଜପତ୍ର ଦାଖଲ କରି ଫଟୋ ଉଠାଇଥିଲେ । ଏବେ ପଞ୍ଚାୟତ କାର୍ଯ୍ୟାଳୟରେ ଲାଗିଥିବା ତାଲିକାରେ ସେମାନଙ୍କ ନାମ ନଥିବା ଦେଖିବାକୁ ପାଇଛନ୍ତି । ସେମାନେ ବାସଗୃହ ପାଇବାକୁ ଯୋଗ୍ୟ ଥିବାବେଳେ ଆକ୍ରୋଶ ମୁଳକ ଭାବେ ତାଙ୍କ ନାମକୁ କାଟି ଦିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.