Home ଜିଲ୍ଲା ପରିକ୍ରମା ଆବାସ ଖଣ୍ଡେ ଲାଗି ସଂଘର୍ଷ କରୁଛନ୍ତି ଶାନ୍ତିଲତା, ସତ୍ୟଭାମା ଓ ବାସନ୍ତୀ

ଆବାସ ଖଣ୍ଡେ ଲାଗି ସଂଘର୍ଷ କରୁଛନ୍ତି ଶାନ୍ତିଲତା, ସତ୍ୟଭାମା ଓ ବାସନ୍ତୀ

9

ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଳକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର ଶାନ୍ତିଲତା ସେଠୀ, ସତ୍ୟଭାମା ସେଠୀ, ବାସନ୍ତୀ ସେଠୀଙ୍କ ପରିବାର ଅତ୍ୟନ୍ତ ଦୁଃଖ ଓ ଦାରିଦ୍ର‌୍ୟତା ଭିତରେ ଦିନ ବିତାଉଛନ୍ତି । ସେମାନଙ୍କ ସ୍ୱାମୀମାନେ ଜଣେ ଜଣେ ଦିନ ମଜୁରିଆ ଭାବରେ ମଜୁରି ଲାଗି ପେଟ ପୋଷୁଛନ୍ତି। ପରଘରେ ବିଲବାଡିରେ ମଜୁରୀ ଖଟି ନିଜର ପରିବାର ଅଭାବ ଅନଟନ ଭିତରେ ପ୍ରତିପୋଷଣ କରୁଛନ୍ତି। ଓଳିଏ ଖାଇଲେ ଓଳିଏ ଉପବାସରେ ଦିନ କଟୁଚି। ଆର୍ôଥକ ସମ୍ବଳ ହୀନ ଏହି ଦରିଦ୍ର ପରିବାର ପ୍ରତି ପ୍ରଶାସନର ସାମାନ୍ୟତମ ଦୃଷ୍ଟି ନାହିଁ । ଆବାସ ଖଣ୍ଡିଏ ନଥିବାରୁ ଭଙ୍ଗା କୁଡିଆରେ ଜରି ପାଲ ଟାଣି ପରିବାର ରହୁଛନ୍ତି। ଝଡ଼ବାତ୍ୟା ସମୟରେ ଦୁଃଖ କହିଲେ ନସରେ। ସ୍ଥାନୀୟ ନେତାଙ୍କଠୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କଠାରେ ଅନେକ ନେହୁରା ହୋଇଥିଲେ ବି କେହି ସେମାନଙ୍କ ନାହାନ୍ତି। ପ୍ରତିଶ୍ରୁତି ଆଉ ପ୍ରତାରଣା ଭିତରେ ତାଙ୍କ ଦୁଃଖ ଚାପି ହୋଇଯାଇଛି।ସରକାରଙ୍କ ମାଳ ମାଳ ଯୋଜନା ଥିଲେ ବି ଏମାନଙ୍କ ଲାଗି ଏହା ସାତ ସପନ ପାଲଟିଛି। ସାଧାରଣ ଦିନ ମଜୁରିଆ ହେଇଥିବାରୁ ସେମାନଙ୍କର ସମ୍ବଳ କି ସାମର୍ଥ୍ୟ ନାହିଁ ନାହିଁ ପ୍ରଶାସନିକ ଅଧୁକାରୀଙ୍କୁ ଖୁସି କରି କାର୍ଯ୍ୟ ହାସଲ କରିବାକୁ । ବାସନ୍ତୀ, ସତ୍ୟଭାମା, ଅବସ୍ଥାରେ ଶାଢିଲତାଙ୍କ ଭଳି ପରିବାର ଅତି ଅସହାୟ ଅବ ଦିନ କାଟୁଛନ୍ତି। ଆଜି ପର୍ଯ୍ୟନ୍ତ ବାସହରା ହେଲେ ମଧ୍ୟ ସରକାରଙ୍କ ଦୃଷ୍ଟି ପଡ଼ି ନାହିଁ। ସରକାରଙ୍କ ପାଖରେ ବାସଘର ପାଇଁ ଗୁହାରି କରୁ ଛନ୍ତି ଶାନ୍ତି, ବାସନ୍ତୀ ଆଉ ସତ୍ୟଭାମା। ଯଦି ପ୍ରଶାସନ ତାଙ୍କ ଦୁଃଖ ନ ବୁଝେ ତେବେ ସେ ପରିବାର ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସେମାନେ ଅନଶନରେ ବସିବେ ବୋଲି ପ୍ରକାଶ କରିଛନ୍ତି।ଏହି ପରିପ୍ରେକ୍ଷୀରେ ଗୋବିନ୍ଦପୁର ପଂଚାୟତ ର ପି ଇ ଓ ରାକେଶ ସେନାପତି ଙ୍କୁ ପଚାରିବାରୁ ସେ କହିଲେ ଇନ୍ କ୍ୱାରି କରି ଖୁବ୍ ଶୀଘ୍ର ଆବାସ ଯୋଗାଇ ଦିଆଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.