Home Top News ଆଫଗାନିସ୍ତାନ : ତାଲିବାନର କାବୁଲର ମସଜିଦ ବାହାରେ ବୋମା ବିସ୍ଫୋରଣ ଅନେକଙ୍କ ମୃତ୍ୟୁ

ଆଫଗାନିସ୍ତାନ : ତାଲିବାନର କାବୁଲର ମସଜିଦ ବାହାରେ ବୋମା ବିସ୍ଫୋରଣ ଅନେକଙ୍କ ମୃତ୍ୟୁ

130

ନୂଆ ଦିଲ୍ଲୀ ୩ -୧୦ (ଓଡ଼ିଆ ପୁଅ) ରବିବାର ଅପରାହ୍ନରେ ଆଫଗାନିସ୍ତାନର କାବୁଲର ଇଦ୍ଗା ମସଜିଦରେ ଏକ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ଖବର ରହିଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ବିସ୍ଫୋରଣ ଘଟିଥିବା ମସଜିଦରେ ବହୁ ସଂଖ୍ୟକ ଲୋକ ଏକାଠି ହୋଇଥିଲେ। ତାଲିବାନ ମୁଖପାତ୍ର ଜାବୁଲ୍ଲା ମୁଜାହିଦ୍ ଏହି ଘଟଣାକୁ ନିଶ୍ଚିତ କରିଛନ୍ତି।

ଯେଉଁଠାରେ ବିସ୍ଫୋରଣ ଘଟିଥିଲା ତାଲିବାନର ମୁଖପାତ୍ର ମୁଜାହିଦ୍‌ଙ୍କ ମା’ଙ୍କ ସ୍ମୃତିରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏପର୍ଯ୍ୟନ୍ତ କେହି ଏହି ଘଟଣାର କେହି ଉତ୍ତର ଦାୟୀତ୍ତ୍ୱ ନେଇନାହାଁନ୍ତି। ତେବେ ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭରୁ ଏହି ସଂଗଠନ ଇସଲାମିକ୍ ଷ୍ଟେଟ୍-ଖୋରାସାନ୍ (ଆଇଏସ୍-କେ) କ୍ରମାଗତ ଭାବରେ କାବୁଲ ଏବଂ ଏହାର ଆଖପାଖ ଅଞ୍ଚଳକୁ ଟାର୍ଗେଟ କରିଆସୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.