Home ଜିଲ୍ଲା ପରିକ୍ରମା ଆପଣ୍ଡା ସୀମା ବିବାଦ ଘଟଣାରେ ବିଧାୟକଙ୍କ ଆଲୋଚନା

ଆପଣ୍ଡା ସୀମା ବିବାଦ ଘଟଣାରେ ବିଧାୟକଙ୍କ ଆଲୋଚନା

28

ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବସନ୍ତିଆ ପଞ୍ଚାୟତ ଆପଣ୍ଡା ଠାରେ ସୀମା ବିବାଦକୁ କେନ୍ଦ୍ର କରି ଦୁଇଗୋଷ୍ଠୀ ମଧ୍ୟରେ ଝଗଡା ଲାଗି ବହୁ ସାଧାରଣ ଲୋକଙ୍କର ଦୋକାନ, ଗାଡି, ସମ୍ପତି ଆଦି ପୋଡି ଦିଆଯାଇଥିଲା । ଏହି ଘଟଣାରେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଉକ୍ତ ସ୍ଥାନରେ ପହଞ୍ôଚ ପ୍ରଶାସନିକ ସ୍ତରରେ ତୁରନ୍ତ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ଏହାର ସମାଧାନ କରାଯିବା ସହିତ କ୍ଷୟକ୍ଷତି ଆକଳନ କରି ତୁରନ୍ତ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ପ୍ରଦାନ କରିବା । ଏବଂ ଦୋଷୀଙ୍କ ବିରୋଧ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏଥିରେ ଡିଆରଡିଏ ସଭାପତି ପ୍ରଫୁଲ୍ଲ ଜେନା, ବନ୍ତ ବ୍ଲକ୍ ଅଧ୍ୟକ୍ଷ ମନୋରଂଜନ ଘଡେଇ, ବସନ୍ତ ବେହେରା, ବିଧାନସଭା ଯୁବ ସଭାପତି ବିପିନ ନାୟକ, ବ୍ଲକ୍ ଛାତ୍ର ସଭାପତି ପ୍ରଣବ ଲେଙ୍କାଙ୍କ ସମେତ ଆପଣ୍ଡା ଗ୍ରାମର ସମସ୍ତ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.