Home Top News ଆନ୍ଧ୍ରପ୍ରଦେଶର ସମସ୍ତ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଇସ୍ତଫା ପତ୍ର

ଆନ୍ଧ୍ରପ୍ରଦେଶର ସମସ୍ତ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଇସ୍ତଫା ପତ୍ର

52

ନୂଆ ଦିଲ୍ଲୀ ୭-୪ (ଓଡ଼ିଆ ପୁଅ) ଗୁରୁବାରଦିନ ଆନ୍ଧ୍ରପ୍ରଦେଶ କ୍ୟାବିନେଟ୍ ଭଙ୍ଗ କରାଯାଇଛି। ସମସ୍ତ କ୍ୟାବିନେଟ ମନ୍ତ୍ରୀ ସେମାନଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନ୍ ମୋହନ ରେଡ୍ଡୀଙ୍କ ନିକଟରେ ଦାଖଲ କରିଛନ୍ତି।

ସୂଚନାଯୋଗ୍ୟଯେ, ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ୨୦୨୪ ନିର୍ବାଚନ ପର୍ଯ୍ୟନ୍ତ ନୂତନ କ୍ୟାବିନେଟ୍ ପ୍ରସ୍ତୁତ କରୁଛନ୍ତି।

୨୦୨୪ ରାଜ୍ୟ ନିର୍ବାଚନ ପୂର୍ବରୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ଗୁରୁବାର ଦିନ ତାଙ୍କ କ୍ୟାବିନେଟକୁ ଭଙ୍ଗ କରିଛନ୍ତି। ଅପରାହ୍ନ ୩ ଟାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ବିଷୟରେ ଆଲୋଚନା କରାଯାଇଥିଲା, ଏହା ପରେ ସମସ୍ତ ୨୪ ମନ୍ତ୍ରୀ ସେମାନଙ୍କ ଇସ୍ତଫା ପତ୍ର ଦାଖଲ କରିଥିଲେ। ନୂତନ ମନ୍ତ୍ରୀମାନେ ଏପ୍ରିଲ ୧୧ ରେ ଶପଥ ଗ୍ରହଣ କରିବେ ବୋଲି ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ବୁଧବାର ସନ୍ଧ୍ୟାରେ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନଙ୍କୁ ଭେଟି ତାଙ୍କ କ୍ୟାବିନେଟରେ ପରିବର୍ତ୍ତନ କରିବେ ବୋଲି ସୂଚନା ଦେଇଛନ୍ତି। ଆସନ୍ତା ଏପ୍ରିଲ ୯ କିମ୍ବା ୧୧ ରେ ଶପଥ ଗ୍ରହଣ କରିବେ ବୋଲି ଆଶା କରାଯାଇଥିବା ବେଳେ ଚୂଡ଼ାନ୍ତ ତାଲିକା ଆସନ୍ତାକାଲି ପୁଣିଥରେ ରାଜ୍ୟପାଳଙ୍କୁ ଭେଟିବାର ସମ୍ଭାବନା ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.