Home ଜିଲ୍ଲା ପରିକ୍ରମା ଆନ୍ଦୋଳନ ପାଇଁ ସଜବାଜ ହେଲେ ୪ର୍ଥ ଶ୍ରେଣୀ କର୍ମଚାରୀ

ଆନ୍ଦୋଳନ ପାଇଁ ସଜବାଜ ହେଲେ ୪ର୍ଥ ଶ୍ରେଣୀ କର୍ମଚାରୀ

15

ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗ୍ରାମପଞ୍ଚାୟତର ପିଅନ, ରାତ୍ର ଜଗୁଆଳି ଓ ଝାଡୁଦାରମାନଙ୍କ ଭଳି ୪ର୍ଥ ଶ୍ରେଣୀ ମିଳିତ ମଂଚ କର୍ମଚାରୀମାନଙ୍କ ମୌଳିକ ଦାବି ପୂରଣ ପାଇଁ ଓଡ଼ିଶା ଗ୍ରାମପଞ୍ଚାୟତ କର୍ମଚାରୀ ସଂଘର ଏକ ଜରୁରୀ ବୈଠକ ଭଦ୍ରକ ସହରର ବାବା ଲୋକନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ମାଧବାନନ୍ଦ ଦ୍ୱିବେଦୀ, ପୂର୍ବତନ ଜିଲା ସଂଘ ସଭାପତି ରମାକାନ୍ତ ଗୋଚ୍ଛାୟତ, ଜିଲା ସଂଘ ସଂପାଦକ ନିରାକାର ଜେନା, ଜିଲା କୋଷାଧ୍ୟକ୍ଷ ପ୍ରଦୀପ ମହାପାତ୍ର ଓ ଭଦ୍ରକ ଜିଲାର ସମସ୍ତ ୭ ଗୋଟି ବ୍ଲକ୍‌ର ସଂଘ ସଭାପତି, ସଂପାଦକ, କୋଷାଧ୍ୟକ୍ଷ ଓ ୪ର୍ଥ ଶ୍ରେଣୀ କର୍ମଚାରୀ ଉପସ୍ଥିତ ହୋଇ ଓଡ଼ିଶା ଗ୍ରାମପଞ୍ଚାୟତ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ସମସ୍ୟାକୁ ନେଇ ଆଲୋଚନା କରିଥିଲେ । ଏଥିରେ ସାଧାରଣ ନିର୍ବାଚନ ଆଚରଣ ବିଧି ପୂର୍ବରୁ ସରକାର ସେମାନଙ୍କ ଦାବି ପୂରଣ ନକଲେ ପଂଚାୟତ ସ୍ତରରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା । ବାସୁଦେବପୁର ବ୍ଲକ୍‌ରୁ ସହଦେବ ସେଠୀ, ଭଦ୍ରକରୁ ମହେଶ୍ୱର ନାୟକ, ବନ୍ତରୁ ନୃସିଂହ ପୁହାଣ ଓ ହରେକୃଷ୍ଣ ଜେନା, ଧାମନଗରରୁ କୈଳାସ ଜେନା, ଭଣ୍ଡାରିପୋଖରୀରୁ ମନୋରଂଜନ ବାରିକ, ଚାନ୍ଦବାଲିରୁ ଅମୂଲ୍ୟ ଦାସ ଓ ବିଶ୍ୱମ୍ବର ବେହେରା, ତିହିଡିରୁ ସୁରେନ୍ଦ୍ର ଡାଙ୍ଗୁଆ, ଉମାକାନ୍ତ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ସ୍ଥାୟୀ ନିଯୁକ୍ତି, ନିୟମିତ ଦରମା, ସମାନ କାମକୁ ସମାନ ଦରମା, ୨୦୧୪ ମସିହା ନିୟମ ୧୨୫ ଓ ୧୯୬୪ ମସିହା ୧୨୩ ଆଇନ୍‌କୁ ତୁରନ୍ତ ସଂଶୋଧନ କରିବା, ରାଜ୍ୟ ବଜେଟ୍‌ରେ ଏହି କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ବଜେଟ୍ ରଖିବା, ପଂଚାୟତରାଜ ବିଧି ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବା, ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ପଦୋନ୍ନତି, ଶ୍ରମ ଓ ନିୟୋଜନ ବିଭାଗ ଦ୍ୱାରା ଘୋଷିତ ସର୍ବନିମ୍ନ ମଜୁରୀ ଦୈନିକ ୩୪୫ ଟଙ୍କାରୁ କାମ ହେଉନଥିବା ପାରିଶ୍ରମିକ ପିଆର ବିଭାଗରୁ ଷ୍ଟାଣ୍ଡିଂ ଅର୍ଡର ପ୍ରତ୍ୟେକ ପଂଚାୟତକୁ ପଠାଇବା ଭଳି ଅନେକ ଦାବି ଉପସ୍ଥାପନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.