Home ଜିଲ୍ଲା ପରିକ୍ରମା ଆନ୍ତ ଜିଲ୍ଲା କ୍ଲବ କ୍ରିକେଟ : ବିଜୟଭାନୁ ଗ୍ରୀନ ଓ କଳିଙ୍ଗ କ୍ଳବ ବିଜୟୀ

ଆନ୍ତ ଜିଲ୍ଲା କ୍ଲବ କ୍ରିକେଟ : ବିଜୟଭାନୁ ଗ୍ରୀନ ଓ କଳିଙ୍ଗ କ୍ଳବ ବିଜୟୀ

9

ଭଦ୍ରକ, ୨୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପା ରେଲୱେ ଗ୍ରାଉଣ୍ଡ ଓ ଭଦ୍ରକ କଲେଜ ପଡ଼ିଆରେ ଓଡ଼ିଶା କ୍ରିକେଟ ଆସୋସିଏସନ ଆନୁକୂଲରେ ‘ଭିଜନ -୨୦୨୪’ ଜିଲ୍ଳା କ୍ରିକେଟ ଆସୋସିଏସନ ଦ୍ୱାରା ଅନୁଷ୍ଠିତ ହେଉଥିବା ଆନ୍ତ ଜିଲ୍ଲା କ୍ଲବ ସିନିୟର କ୍ରିକେଟ ଲିଗ ଟୁର୍ଣ୍ଣାମେଣ୍ଟର ଆଜି ଦୁଇଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଚରମ୍ପା ଠାରେ ଅନୁଷ୍ଠିତ ମ୍ୟାଚ ଚାନ୍ଦବାଲି ସ୍ପୋର୍ଟସ୍ ଆସୋସିଏସନ ଓ ବିଜୟଭାନୁ ମେମୋରିଆଲ କ୍ରିକେଟ ଏକାଡେମୀ ଗ୍ରୀନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଚାନ୍ଦବାଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ୩୩.୨ ଓଭରରେ ମାତ୍ର ୧୦୭ ରନ କରି ଅଲ୍ ଆଉଟ ହୋଇ ଯାଇଥିଲେ । ଦଳ ପକ୍ଷରୁ କୌଶିକ କୁମାର ନାୟକ ୨୩, ଶକ୍ତି ୧୮, ହିମାଂଶୁ ଶେଖର ବେହେରା ୧୩ ର କରିଥିଲେ । ବିଜୟଭାନୁ ଗ୍ରୀନ ପକ୍ଷରୁ ସୂର୍ଯ୍ୟ ମହାପାତ୍ର ୪ଟି, ସୌମ୍ୟ ରଂଜନ ବାରିକ ୪ଟି, ସାହିଲ ଖାନ୍ ଗୋଟିଏ ଉଇକେଟ ନେଇଥିଲେ । ବିଜୟଭାନୁ ଗ୍ରୀନ ୧୦୮ରନକୁ ପିଛା କରି ବ୍ୟାଟିଂ କରି ମାତ୍ର ୧୩.୫ ଓଭରରେ କୌଣସି ଉଇକେଟ ନ ହରାଇ ୧୧୩ ରନ କରି ବିଜୟୀ ହୋଇଥିଲା । ବିଜୟଭାନୁ ଗ୍ରୀନ ପକ୍ଷରୁ ସୂର୍ଯ୍ୟ ମହାପାତ୍ର ୮୩ ରନ କରିଥିବା ବେଳେ ଏସ.ଏନ୍‌. ସ୍ୱାମୀ ୨୦ ରନ କରିଥିଲେ । ସୂର୍ଯ୍ୟ ମହାପାତ୍ରଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ କରାଯାଇଥିଲା । ସେହଭଳି ଅନ୍ୟ ଏକ ମ୍ୟାଚ ଭଦ୍ରକ କଲେଜ ପଡ଼ିଆରେ କଳିଙ୍ଗ କ୍ଲବ ଓ ଗାନ୍ଧୀ କ୍ଳବ ମଧ୍ୟରେ ଖେଳା ଯାଇଥିଲା । ଗାନ୍ଧୀ କ୍ଲବ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ୩୧.୧ ଓଭରରେ ୧୨୯ ରନ କରି ଅଲ ଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ଆିତ୍ୟ କୁମାର ସାହୁ ୨୨, ଅନନନ୍ତ ନାୟକ ୧୬ ଓ ସୁଜିତ କୁମାର ସାହୁ୧୬ ରନ କରିଥିବା ବେଳେ କଳିଙ୍ଗ କ୍ଳବ ପକ୍ଷରୁ ଅମିତାଂଶୁ ମଲ୍ଲିକ ୪ଟି, କିଶାନ ମନୋହର ମହାନ୍ତି ୨ଟି ଓ ଅଂଶୁମାନ ମହାନ୍ତି ୨ଟି ଉଇକେଟ ନେଇଥିଲେ । ଦ୍ୱିତୀୟ ପାଳିରେ ବ୍ୟାଟିଂ କରି କଳିଙ୍ଗ କ୍ଲବ ଆବଶ୍ୟକ ରନ ୬ ଉଇକେଟ ହରାଇ ୧୮.୨ ଓଭରରେ ହାସଲ କରି ମ୍ୟାଚକୁ ୪ ଉଇକେଟରେ ଜିତିଥିଲା । ଅଂଶୁମାନ ମହାନ୍ତି ୩୪, ଅନିଲ ଉପାଧ୍ୟାୟ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.