Home କୋରାପୁଟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

131

କୋରାପୁଟ ୨୧-୦୬ (ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ସାମିଲ ହୋଇ ଯୋଗ ୍ଅଭ୍ୟାସ କରିଥିଲେ। ଓଡିଶା-ଆନ୍ଧ୍ର ସୀମା ପଟ୍ଟାଙ୍ଗି ବ୍ଲକର ସୁଙ୍କିରେ ଅବସ୍ଥାପୀତ ସୀମା ସୁରକ୍ଷା ବଳ(ବିଏସଏଫ୍) ୧୯୫ ବାଟ୍ଟାଲିଅନରେ ସହକାରୀ କମାଣ୍ଡାଂଟ ସନ୍ତୋଷ ଶେକରନଙ୍କ ନେତୃତ୍ୱରେ ଯୋଗ ଶିବିର ଆୟୋଜିତ ହୋଇଛି। ବିଏସଏଫକ୍ୟାମ୍ପ ପରିସରରେ ଆୟୋଜିତ ଶିବିରରେ ସ୍ଥାନୀୟ ଅଂଚଳର ଛାତ୍ରଛାତ୍ରୀ ଓ ଗ୍ରାମବାସୀ ମଧୟ ଯୋଗ ଦେଇଥିଲେ। ସେହିପରି କୋରାପୁଟ ସହରର ସତ୍ୟସାଇ ମନ୍ଦିର,  ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର,  ଏକ୍ସ-ସର୍ଭିସମେନ୍ କ୍ଲିନିକ, ପୂଜାରିପୁଟସ୍ଥିତ ଇନଡୋର ଷ୍ଟାଡିୟମ,  ରାମ ମନ୍ଦିର,  ଚନ୍ଦନ ପୋଖରୀ ଓ ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନରେ ଯୋଗ ଦିବସ ପାଳନ କରାଯାଇଥିଲା। ଚନ୍ଦନ ପୋଖରୀରେ ହେଲଥ କ୍ଲବ ଆନୁକୁଲ୍ୟରେ ଆୟୋଜିତ ସିବିରରେ ପ୍ରଶିକ୍ଷକ ଭାବେ ସୁବାସ ସ୍ୱାଇଁ ଓ ଦୁଶ୍ମନ୍ତ ପରିଡା ଯୋଗଦେଇଥିଲେ। ସେହିପରି ସଦର ବ୍ଲକ ଡୁମୁରିପୁଟ ସ୍ଥିତ ବୀର ସୁରେନ୍ଦ୍ର ସାଏ ପାଠାଗାରରେ ମଧ୍ୟ ସଭାପତି ଏମ.ସୁରେଶ କୁମାର, ସମ୍ପାଦକ ଜଗଦିଶ ଖୋସ୍ଲାଙ୍କ ତତ୍ୱାବଧାନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.