ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଚରମ୍ପା ଦୁର୍ଗା ମଣ୍ଡପ ସଭା ଗୃହରେ ଗଗନ ବିହାରୀ ରାଉତଙ୍କ ସଭାପତିତ୍ୱରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଓ ମୁଖ୍ୟ ବକ୍ତା ଭାବେ ପ୍ରଫେସର ଅଟଳ ବିହାରୀ ନାୟକ ଯୋଗ ଦେଇ ବରିଷ୍ଠ ନାଗରିକମାନଙ୍କ ଉପରେ ଆଲୋକପାତ କରିଥିଲେ । ସମ୍ପାଦକ କୈଳାଶ ଚନ୍ଦ୍ର ମହାପାତ୍ର ସମସ୍ତ ବରିଷ୍ଠ ନାଗରିକ ସୁସ୍ଥ ଓ ନିରାମୟ ରହିବା ସହ ସମାଜରେ ସମ୍ମାନର ସହ ଜୀବନ ଯାପନ କରନ୍ତୁ ଓ ଭଦ୍ରକ ଜିଲ୍ଲାର ଏକ ଅଗ୍ରଣୀ ସଂଘରେ ପରିଗଣିତ ହେବା ପାଇଁ ସମସ୍ତ ସଭ୍ୟ ନିଷ୍ଠାପର ଉଦ୍ୟମ କରି ଚାଲନ୍ତୁ ବୋଲି ଆଶା ପ୍ରକଟ କରି ବକ୍ତବ୍ୟ ରଖିଥିଲେ । ବରିଷ୍ଠ ସଭ୍ୟ ଶଶିକାନ୍ତ ପାଢ଼ୀ, ଅଜୟ କୁମାର ପାଢ଼ୀ, କ୍ଷିତୀଶ ଚନ୍ଦ୍ର ରାଉତ ଆଲୋଚନା ଅଂଶଗ୍ରହଣ କରି ସଂଘର ଆଗାମୀ କାର୍ଯ୍ୟଖସଡା ସମ୍ପକରେ ମତ ପ୍ରଦାନ କରିଥିଲେ । ସଭ୍ୟ ନରସିଂହ ମିଶ୍ର ବରିଷ୍ଠଙ୍କ ଉପରେ ମତ ରଖି ସମାଜରେ ସମସ୍ତ ବରିଷ୍ଠ ନାଗରିକ ସଂଘରେ ଯୋଗଦେବାକୁ ଅନୁରୋଧ ଥିଲେ । କାର୍ଯ୍ୟକାରୀ ସଭାପତି ବାବୁଲାଲ ଦାସ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବରଦା ପ୍ରସନ ପଣ୍ଡା, ଗୋପାଳ ପଣ୍ଡା, ବିଜୟକୁମାର ସେନାପତି,କୋଷାଧକ୍ଷ ସୁଦର୍ଶନ ବିଶ୍ୱାଳ ସଭା ପରିଚାଳନା କରିଥିଲେ ।