Home ଜିଲ୍ଲା ପରିକ୍ରମା ଆନିକଟରେ ବୁଡି ଯୁବକ ମୃତ

ଆନିକଟରେ ବୁଡି ଯୁବକ ମୃତ

5

ଭଦ୍ରକ, ୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅଧୀନସ୍ଥ ଆଖୁଆପଦା ଗ୍ରାମର ଭୋଳାନାଥ ବେହେରା ଓରଫ ଭୋଳା (୨୨) ଆଜି ମଧ୍ୟାହ୍ନରେ ସ୍ଥାନୀୟ ଆନିକଟରେ ବୁଡି ପ୍ରାଣ ହରାଇଛି। ଭୋଳା ଆଜି ଦିନ ୧୨.୩୦ ରେ ସଂପର୍କୀୟ ଭାଇଭଉଣୀଙ୍କ ସହ ଆନିକଟରେ ଗାଧୋଉଥିବାବେଳେ ସ୍ରୋତରେ ଭାସିଯାଇଥିଲେ। ଏହା ଦେଖି ଉପସ୍ଥିତ ସାଙ୍ଗମାନେ ନିକଟରେ ଥିବା ଲୋକଙ୍କୁ ଡାକିବାରୁ ସେମାନେ ଭୋଳାକୁ ସଜ୍ଞାହୀନ ଅବସ୍ଥାରେ କିଛି ଦୂରରୁ ଉଦ୍ଧାର କରି ଯାଜପୁର ଡାକ୍ତରଖାନାକୁ ନେଇଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଆଧାରରେ ଯାଜପୁର ଥାନାରେ ୨୨/୨୬ ନଂ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଶବ ବ୍ୟବଚ୍ଛେଦ କରାଯାଇଛି। ଏହି ଖବର ପାଇ ପଂଚାୟତ ସମିତି ଉପାଧ୍ୟକ୍ଷ ପ୍ରଣତିକାନ୍ତ ସାମଲ ଯାଜପୁର ଡାକ୍ତରଖାନାରେ ପହଂଚି ଅନ୍ତିମ ଦର୍ଶନ କରିବା ସହ ସମସ୍ତ ବ୍ୟବସ୍ଥା କରିଥିଲେ। ଆଜି ସନ୍ଧ୍ୟାରେ ଏକ ଶୋକାକୁଳ ପରିବେଶରେ ଭୋଳାର ଶେଷକୃତ୍ୟ ସଂପନ୍ନ ହୋଇଛି। ଭୋଳା ପିତାମାତାଙ୍କର ଏକମାତ୍ର ପୁତ୍ର ହୋଇଥିବାରୁ ଆଖୁଆପଦା ଅଂଚଳରେ ଶୋକର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.