Home ଜିଲ୍ଲା ପରିକ୍ରମା ଆନନ୍ଦମାର୍ଗ ଆନ୍ତର୍ଜାତୀୟ ରିଲିଫ୍ ଦଳ ପକ୍ଷରୁ ୧୬୫ ଅସହାୟ ପରିବାରଙ୍କୁ ୧୫ ଦିନର ଖାଦ୍ୟ କିଟ୍...

ଆନନ୍ଦମାର୍ଗ ଆନ୍ତର୍ଜାତୀୟ ରିଲିଫ୍ ଦଳ ପକ୍ଷରୁ ୧୬୫ ଅସହାୟ ପରିବାରଙ୍କୁ ୧୫ ଦିନର ଖାଦ୍ୟ କିଟ୍ ବଣ୍ଟନ

74

ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)) – ଆନନ୍ଦମାର୍ଗର ପ୍ରତିଷ୍ଠାତା ପରମ ଆରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀ ଆନନ୍ଦ ମୂର୍ତ୍ତି ଜୀଙ୍କର ପୂଣ୍ୟ ଜନ୍ମ ଶତବାର୍ଷିର୍କୀ ଉତ୍ସବ ପାଳନ ଉପଲକ୍ଷେ ଆନନ୍ଦମାର୍ଗୀ ଅନ୍ତର୍ଜାତୀୟ ରିଲିଫ୍ ଦଳ ଭଦ୍ରକ ପକ୍ଷରୁ ମହାମାରୀ କରୋନାରେ ଜୀବନ ଜୀବିକା ହରାଇ ବିବିଧ ସମସ୍ୟା ମଧ୍ୟରେ ଗତି କରୁଥିବା ଦରିଦ୍ର, ଅସହାୟ, ଭିନ୍ନକ୍ଷମ ପରିବାରଙ୍କୁ ରିଲିଫ୍ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି । ଏଥି ଉପଲକ୍ଷେ ଏହି ରିଲିଫ୍ ଦଳ ଭଦ୍ରକ ଜିଲାର ଧାମନଗର, ଚାନ୍ଦବାଲି, ବାସୁଦେବପୁର ଓ ତିହିଡି ଭଳି ବ୍ଲକ୍‌ର ବିଭିନ୍ନ ସ୍ଥାନରେ ପହଞ୍ôଚ ଶତାଧିକ ଅସହାୟ ଗରିବ ଲୋକଙ୍କୁ ଏହି ଖାଦ୍ୟ ସାମଗ୍ରୀ ପ୍ୟାକେଟ୍ ଯୋଗାଇ ଦେଇଛନ୍ତି । ଏହି କ୍ରମରେ ଆଜି ରିଲିଫ୍ ଟିମ୍‌ରେ ଭଦ୍ରକ ଜିଲା ଆନନ୍ଦମାର୍ଗ ପ୍ରଚାରକ ସଂଘର ସଭାପତି ଜଗନ୍ନାଥ ରାୟ, ଯୁବ ସଂଗଠନର ସଭାପତି ଅସିମାନନ୍ଦ ରାୟଙ୍କ ନେତୃତ୍ୱରେ କାର୍ଯ୍ୟକାରୀ ସଦସ୍ୟ କାହ୍ନୁଚରଣ ସାହୁ, ଶିକ୍ଷାବିତ୍ ବାବୁଲା ରାଉତ, ସମାଜସେବୀ କୃଷ୍ଣଚନ୍ଦ୍ର ବେହେରା, ନିତ୍ୟାନନ୍ଦ ବେହେରା, ଜଗନ୍ନାଥ ବେହେରା,ରାଜେନ୍ଦ୍ର ପ୍ରସାଦ ଦାସ, ଅରୁଣ କୁମାର ରାୟ, ନିତ୍ୟାନନ୍ଦ ଜେନା, ଆଶିଷ ରାଉତ ପ୍ରମୁଖ ଯୋଗଦେଇ ଭଦ୍ରକ ବ୍ଲକ୍‌ର କଲେଇ, ଭଣ୍ଡାରିପୋଖରୀ ବ୍ଲକ୍‌ର ଜଳମଣ୍ଡୁଆ, ଧାମନଗରର କୋରୁଆ, ଦଇପୁର ପଂଚାୟତର ୧୬୫ ପରିବାରଙ୍କୁ ୧୫ଦିନରୁ ରାସନ୍ ସାମଗ୍ରୀ ସହ ଶୁଖିଲା ଖାଦ୍ୟ ଓ ସାନିଟାଇଜର କିଟ୍ ଥିବା ରିଲିଫ୍ ପ୍ୟାକେଟ୍ ପ୍ରଦାନ କରାଯାଇଥିଲା । ଏହି ରିଲିଫ୍ ଶିବିରଟି କଲେଇ ପଂଚାୟତର ଚୁନିଦାସ୍ଥିତ ମା’ କ୍ଷେତ୍ରବାସିନୀ ପୀଠ ପରିସରରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ନମିତା ଦାସ, ସ୍ୱୟଂପ୍ରଭା ଧଳ, ବିନୀତା ପରିଡା, ପ୍ରବୀର ପରିଡା, ପାୟଲ ମହାରଣା, ପ୍ରିୟଙ୍କା ପରିଡା ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.