Home ଓଡ଼ିଶା ଆନନ୍ଦପୁର ମ୍ୟୁନସିପାଲିଟି ପାଇଁ ପିସିସି ସଭାପତିଙ୍କ ଜିଲ୍ଲାପାଳଙ୍କୁ ଅନୁରୋଧ

ଆନନ୍ଦପୁର ମ୍ୟୁନସିପାଲିଟି ପାଇଁ ପିସିସି ସଭାପତିଙ୍କ ଜିଲ୍ଲାପାଳଙ୍କୁ ଅନୁରୋଧ

137

ଭୁବନେଶ୍ୱର, ୨୮-୦୮ (ଓଡ଼ିଆ ପୁଅ) : କରୋନାରୁ ଲୋକମାନଙ୍କର ଜୀବନ ରକ୍ଷା ପାଇଁ ସରକାର ବହୁ ନୀତି ନିୟମ କରୁଛନ୍ତି। ସେଥିପାଇଁ ଧନ୍ୟବାଦ। ଆମ୍ଭେମାନେ ତାହା ମାନିବା ଉଚିତ ବୋଲି ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ସେ କହିଛନ୍ତି, ଆନନ୍ଦପୁର ମ୍ୟୁନିସପାଲିଟି ଏରିଆରେ ଦେଢ଼ମାସ ଧରି ଲକ୍‌ଡାଉନ୍‌, ସଟ୍‌ଡାଉନ୍ ଚାଲିଛି। ଗତ ୭ ଦିନ ଭିତରେ ୧୦/୧୨ଟି କେସ୍ ଆନନ୍ଦପୁର ମ୍ୟୁନିସ୍‌ପାଲିଟି ଅଞ୍ଚଳରୁ ବାହାରିଛି। ୧୦ଟି ୱାର୍ଡରେ କୌଣସି ସଂକ୍ରମିତ ବାହାରି ନାହାନ୍ତି। ପରିବା ବିକାଳୀଙ୍କଠାରୁ ଆରମ୍ଭ କରି ସବୁ ଶ୍ରେଣୀର ଲୋକେ ବଡ଼ ଅସୁବିଧାରେ ଜୀବନଯାପନ କରୁଛନ୍ତି। ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ କୋହଳ କରିବା ପାଇଁ ଯେଉଁ ୱାର୍ଡ଼ରେ କରୋନା ସଂକ୍ରମିତ ରୋଗୀ ବାହାରୁଛନ୍ତି, ତାହାର ପାଶ୍ୱର୍ବର୍ତ୍ତୀ ୱାର୍ଡ଼କୁ ମିଶାଇ କଣ୍ଟେନ୍‌ମେଣ୍ଟ୍ ଜୋନ୍ ଘୋଷଣା କରି ଅନ୍ୟ ଅଞ୍ଚଳ ପାଇଁ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ କୋହଳ କରାଯାଉ ବୋଲି ଶ୍ରୀ ପଟ୍ଟନାୟକ କେନ୍ଦୁଝର ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି। ଆସନ୍ତା ସପ୍ତାହରେ ଏ ବିଷୟରେ ବିଚାର କରିବେ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.