Home ଜିଲ୍ଲା ପରିକ୍ରମା ଆନନ୍ଦପୁରରେ ବିଷ୍ଣୁ ସେଠୀଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ

ଆନନ୍ଦପୁରରେ ବିଷ୍ଣୁ ସେଠୀଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ

4

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ପୂର୍ବତନ ଧାମନଗର ବିଧାୟକ, ବିରୋଧୀ ଦଳ ଉପନେତା ତଥା ସାହିତ୍ୟିକ ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ଦ୍ୱିତୀୟ ଶ୍ରାଦ୍ଧ ଉତ୍ସବ ଦେହୁଡି ଆନନ୍ଦପୁର ଠାରେ ପାଳିତ ହୋଇଛି। ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରେ ପ୍ରଥମେ ବିଷ୍ଣୁ ସେଠୀଙ୍କ ପ୍ରତିମୂର୍ତି ସ୍ଥାପନ ପାଇଁ ଭୂମି ପୂଜନ ସହିତ ଚାରା ରୋପଣ ଏବଂ ଗୀତାଯଜ୍ଞ ହୋଇଥିଲା। ପରେ ଆୟୋଜିତ ସ୍ମୃତି ଚାରଣ ସଭାରେ ବିଜେପି ମୁକୁନ୍ଦଦେବ ମଣ୍ଡଳ ସଭାପତି ରମେଶ ଚନ୍ଦ୍ର ପତି ଅଧ୍ୟକ୍ଷତା କରିଥିବା ବେଳେ କୁଳମଣି ବେହେରା ସଭା ସଂଚାଳନ କରିଥିଲେ। ଏଥିରେ ଯାଜପୁର ଜିଲାର ବରିଷ୍ଠ ବିଜେପି ନେତା ଗୌତମ ରାୟ, ଅରବିନ୍ଦ ପତି, ବିଜୟ କୁମାର ଦାସ, ପ୍ରଶାନ୍ତ କୁମାର ବିଶ୍ୱାଳ, ଆଇନଜୀବୀ ଦେବାଶିଷ ସାମଲ, ବନମାଳୀ ଦାସ, ସଞ୍ଜୁଲତା ଦାସ, ମନୋରଞ୍ଜନ ମଲ୍ଲିକ, କୌଳାସ ମହାପାତ୍ର, ନାରାୟଣ ଚନ୍ଦ୍ର ଦାଶ, ରଣଜିତ ମହାନ୍ତି, ବିନୋଦ ବିହାରୀ ନାୟକ, ରାମଚନ୍ଦ୍ର ମିଶ୍ର ,ହୃଦାନନ୍ଦ କର ପ୍ରମୁଖ ଯୋଗଦେଇ ସ୍ମୃତି ଚାରଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରମୋଦ ଆନ୍ଦିଆ, ସନ୍ତୋଷ ଦାସ ଅଧିକାରୀ, ବୃନ୍ଦାବନ ମହାନ୍ତି, ବିଷ୍ଣୁ ମୋହନ ମିଶ୍ର, ନିରାକାର ତରାଇ, ସେକ ତାଜୁଉଦ୍ଦିନ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.