ଭଦ୍ରକ, ୨୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବ ହେଉଛନ୍ତି ନବ ଉତ୍କଳର ନିର୍ମାତା, ୨୬ ଗଡ଼ଜାତ ରାଜ୍ୟ ମିଶ୍ରଣର ସୂତ୍ରଧର, କନିକା ପ୍ରଜା ଆନ୍ଦୋଳନର କର୍ଣ୍ଣଧାର , ଦୈନିକ ପ୍ରମୁଖ ଖବରକାଗଜ ପ୍ରଜାତନ୍ତ୍ରର ପ୍ରାଣ ପ୍ରତିଷ୍ଠାତା, , ଓଡ଼ିଶାର ଶେଷ ପ୍ରଧାନମନ୍ତ୍ରୀ ଏବଂ ପ୍ରଥମ ମୁଖ୍ୟମନ୍ତ୍ରୀ। ତାଙ୍କ ଉପରେ ଏକ କାଳଜୟୀ ଜୀବନୀ ପୁସ୍ତକ ଅତି ସରଳ ଭାଷାରେ ରଚନା କରିଛନ୍ତି ଓଡ଼ିଆ ଭାଷା ସାହିତ୍ୟ ଗବେଷକ ପଣ୍ଡିତ ଦୈତ୍ୟାରି ମହାପାତ୍ର। ଭଦ୍ରକ ଜିଲ୍ଲା ପୁସ୍ତକ ମହୋତ୍ସବ ‘ ଭଦ୍ରାୟଣୀ ‘ ରେ ଲୋକାର୍ପିତ ହେବା ନିଶ୍ଚିତ ଗୌରବର କଥା। ଓଡ଼ିଶାର ପ୍ରତିଷ୍ଠିତ ପ୍ରକାଶକ “ବିଶ୍ୱମୁକ୍ତି ପ୍ରକାଶନ” ଦ୍ୱାରା ପ୍ରକାଶିତ ହୋଇଥିବା ବରପୁତ୍ରଙ୍କ ଉପରେ ଏହି ପୁସ୍ତକ ପ୍ରତ୍ୟେକ ଛାତ୍ର ଛାତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ପାଠକ ପାଠିକାମାନଙ୍କ ଦ୍ୱାରା ଆଦୃତ ହେବ ବୋଲି ଭଦ୍ରକ ଜିଲ୍ଲାର ଲୋକପ୍ରିୟ ଜିଲ୍ଲାପାଳ ଦିଲ୍ଲୀପ ରାଉତ ରାଏ ” ଆଧୁନିକ ଓଡ଼ିଶାର ନିର୍ମାତା ଡକ୍ଟର ହରେକୃଷ୍ଣ ମହତାବ” ପୁସ୍ତକ ଟିକୁ ଲୋକାର୍ପଣ କରି କହିଛନ୍ତି। ଭଦ୍ରକ ଜିଲ୍ଲାର ଡେପୁଟି କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଳଙ୍କ ଅଧ୍ୟକ୍ଷତାରେ ଇଂ ଅଭୟ ସୂତାର ମୁଖ୍ୟବକ୍ତା, ଜିଲ୍ଲା ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁ ବରେଣ୍ୟ ଅତିଥି ଏବଂ ବରିଷ୍ଠ ସାମ୍ବାଦିକ ରବିନାରାୟଣ ଖିଲାର, ଦୁର୍ଗା ଶଙ୍କର ବିଶ୍ୱାଳ, ଅପୂର୍ବ ରଞ୍ଜନ ବେହେରା , ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।








