Home ଓଡ଼ିଶା ଆଧାର ଏବଂ ଅନ୍ୟାନ୍ୟ ଆଇନ (ସଂଶୋଧନ) ବିଲ, ୨୦୧୯କୁ କ୍ୟାବିନେଟ ମଞ୍ଜୁରି

ଆଧାର ଏବଂ ଅନ୍ୟାନ୍ୟ ଆଇନ (ସଂଶୋଧନ) ବିଲ, ୨୦୧୯କୁ କ୍ୟାବିନେଟ ମଞ୍ଜୁରି

1618

– ଆଧାରକୁ ଜନଉପଯୋଗୀ କରିବା ଲାଗି ପ୍ରୟାସ
– ଆଇନରେ ବ୍ୟବସ୍ଥା ନଥିଲେ ଆଧାର ନମ୍ବର ଦେବା ଲାଗି କୌଣସି ବ୍ୟକ୍ତିକୁ ବାଧ୍ୟ କରାଯାଇପାରିବ ନାହିଁ
– ସ୍ୱେଚ୍ଛାକୃତ ଭାବେ ପ୍ରଦତ ଆଧାର ନମ୍ବରକୁ କେୱାଇସି ଡକ୍ୟୁମେଂଟ ଭାବେ ଗ୍ରହଣ କରାଯିବ

ନୂଆ ଦିଲ୍ଲୀ ୧୨ ଜୁନ୍ (ଓଡ଼ିଆ ପୁଅ) ସାଧାରଣ ଲୋକଙ୍କ ପାଇଁ ଆଧାରକୁ ଅଧିକ ଅନୁକୂଳ କରିବା ଲାଗି କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଜି “”ଆଧାର ଏବଂ ଅନ୍ୟାନ୍ୟ ଆଇନ (ସଂଶୋଧନ) ବିଲ, ୨୦୧୯”କୁ ମଞ୍ଜୁର କରିଛନ୍ତି। ଏହା ଆଧାର ଏବଂ ଅନ୍ୟାନ୍ୟ ଆଇନ (ସଂଶୋଧନ) ଅଧ୍ୟାଦେଶ, ୨୦୧୯ର ସ୍ଥାନ ନେବ। ସଂଶୋଧିତ ପ୍ରସ୍ତାବଗୁଡ଼ିକ ୨ ମାର୍ଚ୍ଚ, ୨୦୧୯ରେ ରାଷ୍ଟ୍ରପତିଙ୍କ ଦ୍ୱାରା ଜାରି କରାଯାଇଥିବା ଅଧ୍ୟାଦେଶ ପ୍ରସ୍ତାବ ଅନୁରୂପ। ଆଗାମୀ ସଂସଦ ଅଧିବେଶନରେ ଏହି ବିଲ ଆଗତ କରାଯିବ।

ଆଧାରକୁ ଜନଉପଯୋଗୀ ଏବଂ ନାଗରିକ କୈନ୍ଦ୍ରିକ କରିବା ପ୍ରୟାସରେ ଏହି ନିଷ୍ପତି ଦୀର୍ଘସ୍ଥାୟୀ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।

ପ୍ରଭାବ :

– ଏହି ନିଷ୍ପତି ଦ୍ୱାରା ଜନସାଧାରଣଙ୍କ ସ୍ୱାର୍ଥ ପୂରଣ ଏବଂ ଆଧାର ଦୂରୁପଯୋଗ ରୋକିବା ଲାଗି ୟୁଆଇଡିଏଆଇକୁ ଅଧିକ ସୁଦୃଢ଼ ବ୍ୟବସ୍ଥା ମିଳିପାରିବ।

– ଏହି ସଂଶୋଧନ ଫଳରେ, କୌଣସି ବ୍ୟକ୍ତିକୁ ଆଧାର ନମ୍ବର ଧାରଣ କରିବାର ପ୍ରମାଣ ଦେବା କିମ୍ବା ଏହି ଉଦ୍ଦେଶ୍ୟ ଲାଗି ପ୍ରାମାଣିକତା ଦେଇ ଗତି କରିବା ଲାଗି ବାଧ୍ୟ କରାଯାଇପାରିବ ନାହିଁ। କେବଳ ସଂସଦରେ ଆସିଥିବା ଆଇନର ବ୍ୟବସ୍ଥା ଅନୁଯାୟୀ ଆଧାର ତଥ୍ୟ ଦିଆଯିବ।

– ନମ୍ବର ଉପଯୋଗ କରିବା ଲାଗି ପ୍ରସ୍ତାବିତ ସଂଶୋଧନରେ ବ୍ୟବସ୍ଥା ରହିଛି। ଟେଲିଗ୍ରାଫ ଆଇନ ୧୮୮୫ ଏବଂ ବେଆଇନ ଅର୍ଥ କାରବାର ନିଷେଧ ଆଇନ, ୨୦୦୨ ଅଧୀନରେ ଏହାକୁ କେୱାଇସି ଡକ୍ୟୁମେଂଟ ଭାବେ ଗ୍ରହଣ କରାଯିବ।

ସଂଶୋଧନରେ ରହିଥିବା ପ୍ରମୁଖ ବିଶେଷତ୍ୱ ନିମ୍ନରେ ଦିଆଗଲା-

– ପ୍ରାମାଣୀକରଣ କିମ୍ବା ଅଫଲାଇନ ଯାଂଚ ନିମନ୍ତେ ଆଧାର ନମ୍ବର ଦେବା ଲାଗି ଆଧାରନମ୍ବରଧାରୀଙ୍କୁ ଇଚ୍ଛାଧୀନ ଅଧିକାର ପ୍ରଦାନ;

– ଜଣେ ବ୍ୟକ୍ତିଙ୍କ ବାସ୍ତବ ଆଧାର ନମ୍ବର ଲୁଚାଇବା ପାଇଁ ୧୨ ସଂଖ୍ୟା ବିଶିଷ୍ଟ ଆଧାର ନମ୍ବର ଏବଂ ବିକଳ୍ପ ଭର୍ଚୁଆଲ ପରିଚୟ ଉପଯୋଗ କରିବାର ବ୍ୟବସ୍ଥା;

– ୧୮ ବର୍ଷରେ ଉପନୀତ ହେବା ପରେ ଆଧାର ନମ୍ବର ବାତିଲ କରିବା ଲାଗି ଆଧାର ନମ୍ବରଧାରୀ ଶିଶୁଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା;

– କର୍ତ୍ତୃପକ୍ଷଙ୍କ ଦ୍ୱାରା ବିଶେଷ ଭାବେ ଦିଆଯାଇଥିବା ଗୋପନୀୟତା ଏବଂ ସୁରକ୍ଷା ମାନକକୁ ପାଳନ କରୁଥିବା କ୍ଷେତ୍ରରେ ସଂସ୍ଥାଗୁଡ଼ିକ କେବଳ ଆଧାରର ପ୍ରାମାଣୀକରଣ କରିପାରିବେ। ତେବେ ଏହି ପ୍ରମାଣୀକରଣ ସଂସଦର କୌଣସି ଆଇନ ଏବଂ କିମ୍ବା କେନ୍ଦ୍ର ସରକାରଙ୍କ ଦ୍ୱାରା ରାଜ୍ୟର ସ୍ୱାର୍ଥ ପାଇଁ ଅନୁମୋଦନ ଆଧାରରେ ହେବା ଆବଶ୍ୟକ;

– ଟେଲିଗ୍ରାଫ ଆଇନ ୧୮୮୫ ଏବଂ ବେଆଇନ ଅର୍ଥ କାରବାର ନିଷେଧ ଆଇନ, ୨୦୦୨ ଅଧୀନରେ ଏହାକୁ କେୱାଇସି ଡକ୍ୟୁମେଂଟ ଭାବେ ଉପଯୋଗ କରିବା ଲାଗି ଇଚ୍ଛାଧୀନ ଭାବେ ଆଧାରର ପ୍ରାମାଣିକରଣ କରାଯାଇପାରିବ;

– ଘରୋଇ ସଂସ୍ଥା ଦ୍ୱାରା ଆଧାରର ଉପଯୋଗ ସଂକ୍ରାନ୍ତ ଆଧାର ଆଇନର ଧାରା ୫୭ ଉଚ୍ଛେଦ;

– ଭାରତୀୟ ବିଶିଷ୍ଟ ପରିଚୟ ପତ୍ର ପ୍ରାଧିକରଣ ପାଣ୍ଠି ପ୍ରତିଷ୍ଠା ଲାଗି ବ୍ୟବସ୍ଥା

– ଆଧାର ବ୍ୟବସ୍ଥାରେ ଆଧାର ଆଇନ ଏବଂ ବ୍ୟବସ୍ଥାର ଉଲ୍ଲଙ୍ଘନ କ୍ଷେତ୍ରରେ ଦଣ୍ଡବିଧାନ, ବିଚାର ଏବଂ ଆବେଦନର ବ୍ୟବସ୍ଥା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.