Home କନ୍ଧମାଳ ଆଦିବାସୀ ମହାବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ଆଦିବାସୀ ମହାବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ

206

ବାଲିଗୁଡା, ୨୯/୨-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଇନିସିଚ୍ୟୁଟ ଅଫ ଲାଇଫ ସାଇନ୍ସ ଭୁବନେଶ୍ୱର ଜରିଆରେ ଶୁକ୍ରବାରଦିନ ବାଲିଗୁଡାର ଆଦିବାସୀ ମହାବିଦ୍ୟାଳୟ ପରିସରରେ ଜାତୀୟ ବୈଜ୍ଞାନିକ ଦିବସ ପାଳନ କରାଯାଇଛି ଓ ଏଥିରେ ଟପିକ ଥିଲା ଓମେନ ଇନ ସାଇନ୍ସ। ଉକ୍ତ କାର୍ଯ୍ୟକ୍ରମରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଆରମ୍ଭ କରାଯାଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଉପଜିଲ୍ଲାପାଳ ଦେବେନ୍ଦ୍ର ନନ୍ଦ ଯୋଗଦେଇ ବିଜ୍ଞାନର କିଭଳି ରୋବଟିକ, ଆର୍ଟିଫିସିଆଲ ଡିଟେଲଜେନ୍ସି ଏଗୁଡାକୁ କିଭଳି ବେଶି ଗୁରୁତ୍ୱ ଦିଆଯାଉଛି ତାହା ସବୁ କହିଥିଲେ।

ସମ୍ମାନୀତ ଅତିଥୀ ଭାବେ ବୈଜ୍ଞାନିକ ଡଃ ଶାନ୍ତି ଭୁଷଣ ସେନାପତି ଓ ଡଃ ଗୁଲାମ ହୁସେନ ସ୍ୟାଦ ଯୋଗଦେଇ ବିଜ୍ଞାନ କ୍ଷେତ୍ରରେ କିଭଳି ଗବେଷଣା କ୍ଷେତ୍ରେରେ କିଭଳି ଅଧିକ ପ୍ରାଧାନ୍ୟ ଦିଆଯାଇପାରିବ ସେଥିପାଇଁ ତୃଣମୁଳ ସ୍ତରରୁ ସମସ୍ତେ ଯଦୀ ଯତ୍ନବାନ ହେବେ ତାହାହେଲେ ବିଜ୍ଞାନ ଆହୁରି ଲୋକପ୍ରିୟ ହୋଇପାରିବ ବୋଲି କହିଥିଲେ। ମହାବିଦ୍ୟାଳୟର ଅଧକ୍ଷ ଶରତ ଚନ୍ଦ୍ର ବେହେରା ମଂଚାସୀନ ଥିବା ବେଳେ ପ୍ରାଣି ବିଜ୍ଞାନ ବିବାଗର ଅଧ୍ୟାପକ ହିମାଂଶୁ ଚରଣ ସାହୁ ଅତିଥୀ ପରିଚୟ ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ବିଜ୍ଞାନକୁ ନେଇ ଏକ ଭିଡିଓ ପ୍ରଦର୍ଶନି କାର୍ଯ୍ୟକ୍ରମ କରାଯାଇଥିଲା ଓ ହାଇସ୍କୁଲ ଲେବେଲ, ହାଇୟର ସେକେନ୍‌ଡରୀ ଓ ଡିଗ୍ରୀ କଲେଜ ଛାତ୍ରଚାତ୍ରୀ ମାନେ ବିଜ୍ଞାନ ମେଳା ପ୍ରତିଯୋଗିତା କରିଥିଲେ।ଛାତ୍ରଚାତ୍ରୀ ମାନଙ୍କ ଦ୍ୱାରା ଫୋକ ଡ୍ୟାନ୍ସ କରାଯାଇଥିଲା। ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିବା ବେଳେ ମହାବିଦ୍ୟାଳଃୟ, ଏକଲବ୍ୟ ମଡେଲ ସ୍କୁଲ, ଆଦର୍ଶ ସ୍କୁଲ ଓ ଅନ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.