Home ଜିଲ୍ଲା ପରିକ୍ରମା ଆଦିବାସୀ ପରିବାରଙ୍କୁ ସରକାରୀ ଜମିରୁ ଉଚ୍ଛେଦର ବିରୋଧ – ଜମିପଟ୍ଟା ଦାବିରେ କ୍ଷେତ ମଜଦୁର ୟୁନିୟନର...

ଆଦିବାସୀ ପରିବାରଙ୍କୁ ସରକାରୀ ଜମିରୁ ଉଚ୍ଛେଦର ବିରୋଧ – ଜମିପଟ୍ଟା ଦାବିରେ କ୍ଷେତ ମଜଦୁର ୟୁନିୟନର ବିକ୍ଷୋଭ

77

ବାଲେଶ୍ୱର, ୧ା୬(ଓଡ଼ିଆ ପୁଅ/ଅଭୟ ଦାସ) : ଚାନ୍ଦିପୁର ଓ ଶ୍ରୀକୋଣା ପଞ୍ଚାୟତରେ ଶହ ଶହ ବର୍ଷଧରି ବସବାସ କରି ଆସୁଥିବା ଭୂମିହୀନ ଆଦିବାସୀ ପରିବାରଙ୍କୁ ପଟ୍ଟା ପ୍ରଦାନ ପରିବର୍ତ୍ତେ ଉଚ୍ଛେଦ ପାଇଁ ହେଉଥିବା ଉଦ୍ୟମକୁ ଭାରତୀୟ କ୍ଷେତ ମଜଦୁର ୟୁନିୟନ ଅସନ୍ତୋଷ କରିଛି। ସଂଗଠନର କର୍ମକର୍ତ୍ତାଙ୍କ ନେତୃତ୍ୱରେ ଶ୍ରୀକୋଣା ଓ ଚାନ୍ଦିପୁର ଅଞ୍ଚଳର ବହୁ ଆଦିବାସୀ ମହିଳା ଏକ ଶୋଭାଯତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପହଞ୍ଚି ଭୂମିହୀନ ଆଦିବାସୀ ପରିବାରଙ୍କ ପ୍ରତି ରାଜସ୍ୱ ବିଭାଗର ଉଦାସୀନତା ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ବିକ୍ଷୋଭରେ ସିପିଆଇ ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ଶ୍ରମିକନେତା ଜୟନ୍ତ ଦାସ, କ୍ଷେତ ମଜଦୁର ୟୁନିୟନର ଅଞ୍ଚଳ ସମ୍ପାଦକ ଯତୀନ କୁମାର ପାତ୍ର, ନେତ୍ରୀ ସୁହାଗୀ ମାଝୀ, ତିଳୋତ୍ତମା ମାଝୀ, ବନ୍ଦନା ପାତ୍ର ପ୍ରମୁଖ ଏଥିରେ ଯୋଗଦେଇ ଗରିବ ଭୂମିହୀନ ଆଦିବାସୀ ପରିବାରଙ୍କ ପ୍ରତି ସରକାରୀ କଳର ଅବହେଳାକୁ ନେଇ ତୀବ୍ର ସମାଲୋଚନା କରିଥିଲେ। ଭୂମିହୀନଙ୍କୁ ଘରଡିହ ଯୋଜନାରେ ଶ୍ରୀକୋଣା ଓ ଚାନ୍ଦିପୁର ଅଞ୍ଚଳର ସରକାରୀ ଜମିରେ ବାସ କରୁଥିବା ୨ହଜାରରୁ ଅଧିକ ଆଦିବାସୀ ପରିବାର ଜମି ପଟ୍ଟା ପାଇଁ ୨୦୦୩ ମସିହାରୁ ଆବେଦନ କରିଥିଲେ। ସଦର ତହସିଲର ତତ୍କାଳୀନ ତହସିଲଦାରଙ୍କ ସମେତ ଇତିମଧ୍ୟରେ ବହୁ ତହସିଲଦାର ଗଲେଣି ମାତ୍ର ଏହି ଭୂମିହୀନଙ୍କୁ କେବଳ ପ୍ରତିଶ୍ରୁତି ମିଳି ଚାଲିଛି ବୋଲି ସଂଗଠନର କର୍ମକର୍ତ୍ତାମାନେ କହିଛନ୍ତି। ସେମାନଙ୍କୁ ଜମିତ ଦେଲେ ନାହିଁ ବରଂ ତହସିଲଦାର ସ୍ଥାନୀୟ ଆରଆଇଙ୍କ ଜରିଆରେ ସରକାରୀ ଜମିରେ ଶହଶହ ବର୍ଷଧରି ରହି ଅଳସୁଥିବା ଆଦିବାସୀ ପରିବାରଙ୍କୁ ସେଠାରୁ ଉଚ୍ଛେଦ ପାଇଁ ଉଦ୍ୟମ ଜାରି ରଖିଥିବା ସଂଗଠନ ପକ୍ଷରୁ ଆରୋପ ହୋଇଛି। ଆଦିବାସୀଙ୍କୁ ସେଠାରୁ ହଟାଇ ଚିଙ୍ଗୁଡ଼ି ମାଫିଆଙ୍କୁ ୯୯ ବର୍ଷିଆ ଲିଜ୍ ସୂତ୍ରରେ ଉକ୍ତ ଜମିକୁ ଦେବା ପାଇଁ ପ୍ରୟାସ ହେଉଥିବା ସଂଗଠନ ପକ୍ଷରୁ କୁହାଯାଇଛି। ଏନେଇ ଅଗ୍ରମୀ ଆକାରରେ ଚାନ୍ଦିପୁର ଆରଆଇ ଓ ସଦର ତହସିଲଦାର ଚିଙ୍ଗୁଡ଼ି ମାଫିଆଙ୍କଠାରେ ନେଇଥିବା ଆରୋପ ହୋଇଛି। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଦୁଇ ପଞ୍ଚାୟତର ଭୂମିହୀନ ଆଦିବାସୀ ପରିବାରଙ୍କୁ ଜମିପଟ୍ଟା ପ୍ରଦାନ ନେଇ ପ୍ରଶାସନ ପକ୍ଷରୁ ଉଚିତ ପଦକ୍ଷେପ ନିଆ ନଗଲେ ଆଗାମୀ ଦିନରେ କ୍ଷେତ ମଜଦୁର ୟନିୟନ ତୀବ୍ର ଆନ୍ଦୋଳନକୁ ଓହ୍ଲାଇବ ବୋଲି କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସଂଗଠନ ପକ୍ଷରୁ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ସମ୍ବିତ୍ କୁମାର ନାୟକଙ୍କୁ ପ୍ରଦାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.