ଭଦ୍ରକ, ୧୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଣେ ଆଦିବାସୀ ଗାଡି ଚାଳକକୁ ଏକ ପୁଲିସ୍ ଦମ୍ପତି ( ଉଭୟ ପୁଲିସ୍ କର୍ମଚାରୀ) ବିନା କାରଣରେ ମାଡ ମାରିବା ଘଟଣା ବିରୁଦ୍ଧରେ ଭଦ୍ରକ ସହରାଞ୍ଚଳ ଥାନାରେ ଅଭିଯୋଗ ହୋଇଛି । ଏବଂ ଏହାର ଏକକିତା ନକଲ ଜିଲା ଆରକ୍ଷୀ ଅଧିକ୍ଷକଙ୍କୁ ପ୍ରଦାନ କରାଯାଇଛି । ଉପରୋକ୍ତ ଅଭିଯୋଗ ପତ୍ରରୁ ଯାହା ଜଣାଯାଏ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ବାଉଦପୁର ଗ୍ରାମର ବିଶ୍ୱନାଥ ହାଁସଦାଙ୍କ ପୁତ୍ର ଜିତୁ (୨୫) ସହରାଞ୍ଚଳ ଥାନା ଅଧୀନସ୍ଥ ଗବସାହି (ସାହାପୁର) ନିବାସୀ ପିତାମ୍ବର ପାତ୍ରଙ୍କ ୪୦୭ ଟ୍ରକ୍ ଚଳାଇ ପରିବାର ପ୍ରତିପୋଷଣ କରେ । ସେ ନିଜ ମାଲିକଙ୍କ କହିବା ଅନୁସାରେ ଗବସାହି (ସବୁଜ ନଗର) ନିବାସୀ ବାବୁଲି ଚରଣ ସ୍ୱାଇଁଙ୍କର ଏକ ଚିପ୍ସ ନେଇ ଯାଉଥିବା ସମୟରେ ପୁଲିସ୍ କର୍ମଚାରୀ ସରୋଜ କୁମାର ବାରିକ ଓ ତାଙ୍କ ପତ୍ନୀ ସରସ୍ୱତୀ ବାରିକ ଉକ୍ତ ରାସ୍ତାରେ କାହିଁକି ଆସିଲୁ ବୋଲି କହି ତାକୁ ଗାଡିରୁ ଘୋଷାରି ଆଣି ତଳେ ପକାଇ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଗୋଇଠା, ବିଧା, ଚାପୁଡା ମାରିଥିଲେ । ଏବଂ ଆଉଥରେ ଏହି ରାସ୍ତାରେ ଗଲେ ତୋତେ ପିଟି ପିଟି ଥାନାରେ ପୁରାଇଦେବି ବୋଳି କହିଥିଲେ । ଏହି ଘଟଣା ଦେଖି ଗାଡିଟିର ହେଲପର ଗେଲଟୁଆ ନୂଆସାହି ଆଦିବାସୀ କଲୋନୀ ନିବାସୀ ଟେରୁ ମୁଣ୍ଡା ସେମାନଙ୍କୁ ବହୁତ କାକୁତି ମିନତୀ ହୋଇ ଗୁହାରି କରୁଥିବାବେଳେ ଗାଡି ମାଲିକ ଓ ତାଙ୍କର ଜଣେ ସଂପର୍କୀୟ ଭାଇ ସେଠାରେ ପହଞ୍ôଚ ଘଟଣା ସଂପର୍କରେ ବୁଝିବାକୁ ଚେଷ୍ଟା କରୁଥିବାବେଳେ ଉଭୟ ପତି-ପତ୍ନୀ ସେମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଅଧିକା କହିଲେ ସେମାନଙ୍କୁ ଥାନାରେ ନେଇ ସାବାଡ୍ କରିଦେବେ ବୋଲି କହିଥିଲେ । ଏଣୁ ଏହି ଘଟଣାର ଏକ ନିରପକ୍ଷେ ତଦନ୍ତ କରି ତାହାଭଳି ଜଣେ ନିରୀହ ଆଦିବାସୀ ଯୁବକ ପ୍ରତି ହୋଇଥିବା ଅନ୍ୟାୟର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଅନୁରୋଧ କରିଛନ୍ତି ।
Home ଜିଲ୍ଲା ପରିକ୍ରମା ଆଦିବାସୀ ଡ୍ରାଇଭର ପ୍ରତି ପୁଲିସ୍ ଦମ୍ପତିଙ୍କ ଅମାନବୀୟ ଅତ୍ୟାଚାର, ସହରାଞ୍ଚଳ ଥାନା ଓ ଏସ୍ପିଙ୍କୁ ଅଭିଯୋଗ...