ଭଦ୍ରକ, ୨୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାୀପୋଖରୀ ନିର୍ବାଚନ ମଣ୍ଡଳୀ ମାଳଦା ପଞ୍ଚାୟତ ରଘୁନାଥପୁର ଗ୍ରାମର ଆଦିତ୍ୟ ନାୟକ ମେମୋରିଆଲ ଗୋପୀନାଥ ଚ୍ୟାଲେଞ୍ଜ ଟ୍ରଫି ଫାଇନାଲ କ୍ରିକେଟ ଟ୍ରୁନାମେଣ୍ଟ ରେ ମୁଖ୍ୟ ଅତିଥି ଭାବେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ ଯୋଗଦେଇ ଖେଳ କେବଳ ମନୋରଞ୍ଜନ କିମ୍ବା ଟ୍ରଫି ହାସଲ କରିବା ପାଇଁ ନୁହେଁ ଖେଳ ଆମ ମାନଙ୍କ ପାଇଁ ଏକ ସୁନ୍ଦର ଆରୋଗ୍ୟ ସ୍ୱାସ୍ଥ୍ୟ ପ୍ରଦାନ କରିବା ରେ ଏକ ପ୍ରମୁଖ ଭୂମିକା ତୁଲାଇବା ସହ ପ୍ରତିଯୋଗିତା ମାଧ୍ୟମରେ ଯୁବ ପଢ଼ି ମାନଙ୍କୁ ଏକ ବନ୍ଧନରେ ବାନ୍ଧି ରଖିବା ର ମାଧ୍ୟମ ବୋଲି ମତପ୍ରକାଶ କରିଥିଲେ। ଏବଂ ବିଜୟୀ ଦଳକୁ ଟ୍ରଫି ଓ ପୁରସ୍କାର ରାଶି ପ୍ରଦାନ କରିଥିଲେ। ଏହି ଉତ୍ସବରେ ସ୍ଥାନୀୟ ଅଞ୍ଚଳର ନେତୃମଣ୍ଡଳୀ ଓ ଅନ୍ୟାନ୍ୟ ଅତିଥିମାନେ ଯୋଗଦେଇଥିଲେ।








