Home ଜିଲ୍ଲା ପରିକ୍ରମା ଆଦାନୀ ଫାଉଣ୍ଡେସନ ସହଯୋଗରେ ୬୦ ହେକ୍ଟର ଚାଷ ଜମିରେ ଧାଡିରୁଆ , ଭଦ୍ରକ ଜିଲ୍ଲା କୃଷି...

ଆଦାନୀ ଫାଉଣ୍ଡେସନ ସହଯୋଗରେ ୬୦ ହେକ୍ଟର ଚାଷ ଜମିରେ ଧାଡିରୁଆ , ଭଦ୍ରକ ଜିଲ୍ଲା କୃଷି ଅଧିକାରୀମାନଙ୍କ କ୍ଷେତ୍ର ପରିଦର୍ଶନ

39

ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଦାନୀ ଫାଉଣ୍ଡେସନ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ରାଜ୍ୟ ଯୋଜନା ୨୦୨୦-୨୧ ର ଉନ୍ନତ ପ୍ୟାକେଜ୍ ର ପ୍ରୋତ୍ସାହନ ଯୋଜନାରେ ଖରିଫ୍ ଧାଡିରୁଆ ଧାନଚାଷ କରାଯାଇଛି । ଦୋସିଙ୍ଗା ଗ୍ରାମପଂଚାୟତର ଓରାମାଳ, ଚିଆଣିପାଇ, ବାଲିସାହି, ସୋମ୍ପାଟିଆ, ରବିନ୍ଦ୍ରନଗର ଏବଂ ବିଦ୍ୟୁତପ୍ରଭା ଗ୍ରାମର ୯୯ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଦ୍ୱାରା ୬୦ ହେକ୍ଟର ଜମିରେ ଧାଡିରୁଆ ଧାନ ଚାଷ କରାଯାଇଛି । କୃଷି ବିଜ୍ଞାନ କେନ୍ଦ୍ର, ଭଦ୍ରକର ବୈଷୟିକ ମାର୍ଗଦର୍ଶନରେ ଆଦାନୀ ଫାଉଣ୍ଡେସନ ସହ କୃଷକ କ୍ଷେତ୍ର ସ୍କୁଲ ମାଧ୍ୟମରେ ଧାନ ଉତ୍ପାଦକଙ୍କୁ କ୍ଷେତ୍ର ଆଧାରିତ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ବନ୍ଦର ପାରିପାଶ୍ୱିର୍କ ଗ୍ରାମଗୁଡିକରେ ପ୍ରଥମ ଥର ପାଇଁ ଏହି ସରକାରୀ ଯୋଜନା ପ୍ରବର୍ତ୍ତିତ ହୋଇଥିଲା ଏବଂ ଶ୍ରୀ ପଦ୍ଧତିରେ ଚାଷ କରି କୃଷକମାନେ ଏହାକୁ ସଫଳତାର ସହ କାର୍ଯ୍ୟକାରୀ କରିଥିଲେ । ରାଜ୍ୟ ଯୋଜନା ୨୦୨୦ର କାର୍ଯ୍ୟକାରିତା ଗାଇଡ୍‌ଲାଇନ୍‌କୁ ଦୃଷ୍ଟିରେ ରଖି ଏସ୍‌ଏମ୍‌ଏସ୍ ମାଧ୍ୟମରେ କୃଷକ ପରିଚୟ ପତ୍ର ପ୍ରଦାନ କରାଯାଇଛି ଏବଂ ବିଭାଗୀୟ ଅଧିକାରୀଙ୍କ ଯାଂଚ ଓ ଧାନ କ୍ଷେତରେ ଫସଲ କାଟିବା ପରେ ଚାଷୀଙ୍କୁ ହେକ୍ଟର ପିଛା ୧୩୦୦ ଟଙ୍କା ସରକାରୀ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ଏହି ପରିପ୍ରେକ୍ଷୀରେ ଆଦାନୀ ଫାଉଣ୍ଡେସନ ପକ୍ଷରୁ ଧାନ କ୍ଷେତର ମିଳିତ କ୍ଷେତ୍ର ଯାଂଚ କରାଯାଇଛି । ଭଦ୍ରକ ଜିଲ୍ଲା କୃଷି ଅଧିକାରୀ ପ୍ରସାଦ ନାୟକ, ଚାନ୍ଦବାଲି ବ୍ଲକ କୃଷି ଅଧିକାରୀ ବୈରାଗୀ ଚରଣ ସେଠୀ, ସହକାରୀ କୃଷି ଅଧିକାରୀ ଜିତେନ୍ଦ୍ର ସିଂହ, ଦୋସିଙ୍ଗା ଗ୍ରାମପଂଚାୟତ ଭିଏଡବ୍ଲ୍ୟୁ ରତିକାନ୍ତ ମିଶ୍ର ମିଳିତ ଭାବେ ଓରାମାଳ ଗ୍ରାମର ଶିଶିର ଯାନା ଓ ଶ୍ୟାମପଦ ମାନ୍ନାଙ୍କ ଧାନ କ୍ଷେତ ପରିଦର୍ଶନ କରିଛନ୍ତି । ଅଧିକାରୀମାନେ କୃଷକଙ୍କ ସହ ପାରସ୍ପରିକ ଆଲୋଚନା କରିବା ସହ କୃଷକଙ୍କ ଅଭିଜ୍ଞତା ଶୁଣିଥିଲେ । ସରକାରୀ ଯୋଜନା କିମ୍ବା କୌଣସି ଉତ୍ସର ଆର୍ଥିକ ସହାୟତା ବିନା ନିର୍ଦ୍ଧିଷ୍ଟ ଘର ପଛପଟେ ଥିବା ଜମିରେ ସ୍ଥାୟୀ କୃଷିର ପ୍ରୋତ୍ସାହନ ପାଇଁ ଜାଗୁଳା ଓ ଦୋସିଙ୍ଗା ଗ୍ରାମପଂଚାୟତର ଉଦ୍ୟୋଗୀ ସୁରେଶ କୁମାର ମାହୁନ୍ତ ଓ ଦେବେନ୍ଦ୍ର କୁମାର ନାୟକଙ୍କ ଦ୍ୱାରା ବିକଶିତ ଇଂଟିଗ୍ରେଟେଡ୍ ଫାର୍ମି ମଡେଲକୁ ମଧ୍ୟ ଏହି ଟିମ୍ ପରିଦର୍ଶନ କରିଥିଲେ । ଅଧିକାରୀମାନେ ଉଦ୍ୟୋଗୀଙ୍କ ସହ କଥାବାର୍ତ୍ତା ହେବା ସହ ସେମାନଙ୍କର ମତ ପ୍ରକାଶ କରି କହିଥିଲେ, କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ଏହି ସମନ୍ୱିତ ଚାଷ ପ୍ରଣାଳୀ ମଡେଲଗୁଡିକ ସମିଶ୍ରଣ ପଦ୍ଧତିରେ ଆତ୍ମା/ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ପରାମର୍ଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.