Home ଜିଲ୍ଲା ପରିକ୍ରମା ଆଦାନୀ ଫାଉଣ୍ଡେସନ ପକ୍ଷରୁ ନବଜାତ ଶିଶୁ ଯତ୍ନ ସପ୍ତାହ ପାଳିତ

ଆଦାନୀ ଫାଉଣ୍ଡେସନ ପକ୍ଷରୁ ନବଜାତ ଶିଶୁ ଯତ୍ନ ସପ୍ତାହ ପାଳିତ

22

ଭଦ୍ରକ, ୨୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଦାନୀ ଫାଉଣ୍ଡେସନ ପକ୍ଷରୁ ସୁପୋଷଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଜନ୍ମରୁ ୫ ବର୍ଷ ପର୍ଯ୍ୟନ୍ତ ଶିଶୁ, ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମା’ ଏବଂ କିଶୋରୀ ବାଳିକାମାନଙ୍କ ସହିତ ନିବିଡ଼ ଭାବରେ କାର୍ଯ୍ୟ ଆୟୋଜନ କରାଯାଉଅଛି । କୋଭିଡ-୧୯ ନିର୍ଦ୍ଦେଶାବଳୀ ପାଳନ ମୂଳକ କିଛି ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା ଯେପରିକି -ନବଜାତ ଶିଶୁମାନଙ୍କର ମା’ ଏବଂ ପରିବାର ମ୍ମରେ ସଚେତନତା, ନବଜାତ ଶିଶୁମାନଙ୍କ ସର୍ବେକ୍ଷଣ, ନବଜାତମାନଙ୍କ ଯତ୍ନ, ଶୀତ ଦିନରେ ନବଜାତ ଶିଶୁ ଏବଂ ସ୍ତନ୍ୟପାନ କରାଉଥିବା ମା’ମାନଙ୍କର ପାଇଁ କୋଭିଡ ଯତ୍ନ ଉପରେ ପରାମର୍ଶ ଏବଂ ଗୋଷ୍ଠୀ ଆଲୋଚନା ଆଦି କାର୍ଯ୍ୟକ୍ରମମାନ କରାଯାଇଛି । ଏହି କାର୍ଯ୍ୟକ୍ରମ ଆଦାନୀ ଧାମରା ପୋର୍ଟ ପରିପାଶ୍ୱର୍ସ୍ଥ ୮ଟି ଗ୍ରାମ ପଂଚାୟତରେ ନଭେମ୍ବର ୧୫ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯାଇଥିଲା । ଗର୍ଭବତୀ ମହିଳାମାନଙ୍କୁ ସଚେତନତ କରାଇବା ବିଶେଷ କରି ଅପରିପକ୍ୱତା ସମୟରେ, ଜନ୍ମ ସମୟର ଜଟିଳତା ଏବଂ ଗୁରୁତର ସଂକ୍ରମଣ ଏବଂ ମା’ ସହିତ ନବଜାତ ଶିଶୁର ଚର୍ମ ସଂକ୍ରମଣ, ସ୍ତନ୍ୟପାନର ପ୍ରାରମ୍ଭ ଏବଂ ସ୍ୱତନ୍ତ୍ର ସ୍ତନ୍ୟପାନ, ଉପଯୁକ୍ତ ପ୍ରତିରୋଧକ ଆଦି ବିଷୟରେ ସଚେତନ କରାଯାଇଥାଏ । ଆଦାନୀ ଫାଉଣ୍ଡେସନ ପକ୍ଷରୁ ମୋଟ ୬୮ଟି ଗ୍ରାମରେ ଉପଯୁକ୍ତ ନୂତନ ଜନ୍ମ ଯତ୍ନ ବିଷୟରେ ସଚେତନତା ବାର୍ତା ଦିଆଯାଇଥିଲା । ୨୭ ଜଣ ସୁପୋଷଣ ସଙ୍ଗିନୀ ମାଧ୍ୟମରେ ୬୮ଟି ଗ୍ରାମର ପ୍ରାୟ ୩୦୬ ନବଜାତ ଶିଶୁଙ୍କ ମାତା, ୨୫୬ ଜଣ ସ୍ତନ୍ୟପାନ କରାଉଥିବା ମାତାଙ୍କ ନିକଟରେ ପହଂଚି ପାରିଛୁ, ଯେଉଁମାନେ ଆମ ହିତାଧିକାରୀଙ୍କ ସହ ଘନିଷ୍ଠ ଭାବେ କାର୍ଯ୍ୟ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.