Home ଜିଲ୍ଲା ପରିକ୍ରମା ଆଦାନୀ ଦକ୍ଷତା ବିକାଶ କେନ୍ଦ୍ରର ଇ-ଲର୍ନିଂ ପ୍ରଶିକ୍ଷଣ

ଆଦାନୀ ଦକ୍ଷତା ବିକାଶ କେନ୍ଦ୍ରର ଇ-ଲର୍ନିଂ ପ୍ରଶିକ୍ଷଣ

84

ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଗତ କିଛି ମାସ ମ୍ମରେ କରୋନା ମହାମାରୀ ବିଶ୍ୱସ୍ତରୀୟ ଅଧିକାଂଶ କ୍ଷେତ୍ରକୁ ପ୍ରଭାବିତ କରିଛି। ସେଥିମ୍ମରୁ ଶିକ୍ଷା କ୍ଷେତ୍ର ଅନ୍ୟତମ। ମହାମାରୀର ମୁକାବିଲା ପାଇଁ ଜାରି କରାଯାଇଥିବା ଲକ୍‌ଡାଉନ ପରିସ୍ଥିତିରେ ଛାତ୍ରଛାତ୍ରରେ ଶିକ୍ଷାରେ ଅନେକ ବ୍ୟାଘାତ ସୃଷ୍ଟି ହେଉଛି। ସମସ୍ତ ବିଦ୍ୟାଳୟ, କଲେଜ, କୋଚିଂ ଓ ତାଲିମ କେନ୍ଦ୍ର ବନ୍ଦ ରହିବା ‘ଳରେ ଛାତ୍ରଛାତ୍ରୀ ଘରେ ରହିବା ସହ ସେମାନଙ୍କ ଶିକ୍ଷା କ୍ଷେତ୍ରରେ ମୂଲ୍ୟବାନ ସମୟ ହରାଉଛନ୍ତି। ଏହି ସମୟରେ ଶିକ୍ଷା କ୍ଷେତ୍ରକୁ ଆଗକୁ ବଢାଇବା ସହ ପିଲାମାନଙ୍କ ଶିକ୍ଷାକୁ ଗୁରୁତ୍ୱ ଦେଇ ଅନଲାଇନ୍ ଶିକ୍ଷା ବ୍ୟବସ୍ଥା ଆରମ୍ଭ କରାଯାଇଛି। ବିଦ୍ୟାଳୟ ଖୋଲିବାରେ ବିଳମ୍ବ ହେତୁ ସମୟ ନଷ୍ଟ କରିବା ପରିବର୍ତ୍ତେ ଛାତ୍ରଛାତ୍ରୀମାନେ ନିଜ ନିଜ ଶିକ୍ଷାବର୍ଷ ଆରମ୍ଭ କରିବା ପାଇଁ ଅନଲାଇନ୍ କ୍ଲାସ କରୁଛନ୍ତି।ଏହାକୁ ଦୃଷ୍ଟିରେ ରଖି ଆଦାନୀ ଦକ୍ଷତା ବିକାଶ କେନ୍ଦ୍ର ସାରା ରାଜ୍ୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ୍ ଦକ୍ଷତା ସମ୍ବନ୍ଧୀୟ ପାଠ୍ୟକ୍ରମ, ଧନ୍ଦାମୂଳକ ତାଲିମ ଆୟୋଜନ କରିବାର ଅଭିନବ ଚିନ୍ତାଧାରା ଆଣିଛି। ଲକ୍‌ଡାଉନ ପରଠାରୁ ଆଦାନୀ ଦକ୍ଷତା ବିକାଶ କେନ୍ଦ୍ର ଦୂରଦୂରାନ୍ତରେ ଅ୍ମୟନ କରୁଥିବା ସେମାନଙ୍କ ପ୍ରଶିକ୍ଷାର୍ଥୀମାନଙ୍କ ପାଇଁ ଅନଲାଇନ୍ ଦକ୍ଷତା କ୍ଲାସ କରୁଛି। ଅନଲାଇନ୍ କ୍ଲାସର ଏହି ପରିବର୍ତ୍ତିତ ଧାରାକୁ ସାମ୍ନା କରିବା ପାଇଁ ଆଦାନୀ ଦକ୍ଷତା ବିକାଶ କେନ୍ଦ୍ରର ପ୍ରଶିକ୍ଷକଙ୍କୁ ସମ୍ପୂର୍ଣ୍ଣ ତାଲିମ ଦିଆଯାଇଛି ଏବଂ ଏହି ଭର୍ଚୁଆଲ ପ୍ଲାଟ‘ର୍ମରେ ଅଂଶୀଦାର କରିବାକୁ ଅନେକ ଅଭିନବ ଶ୍ରେଣୀ ଶିକ୍ଷାଦାନ ଅଭିଜ୍ଞତା ମ୍ମ ରଖିଛନ୍ତି। ଆଦାନୀ ଦକ୍ଷତା ବିକାଶ କେନ୍ଦ୍ର ବର୍ତ୍ତମାନ ପର୍ଯ୍ୟନ୍ତ ୧୧୫ରୁ ଉର୍ଦ୍ଧ୍ୱ ପ୍ରାର୍ଥୀଙ୍କୁ ଏହାର ବିଭିନ୍ନ ଅନଲାଇନ୍ ପାଠ୍ୟକ୍ରମରେ ମୌଳିକ ଇଂରାଜୀ ଶିକ୍ଷା, ଡିଜିଟାଲ ସାକ୍ଷରତା, ଜିଏସ୍‌ଟି ଏବଂ ଟାଲୀ, ମୌଳିକ ଗୃହ ସ୍ୱାସ୍ଥ୍ୟ ସେବା ଏବଂ ସହକାରୀ ବୈଦ୍ୟୁତିକ ତତ୍ତ୍ୱ ଆଧାରିତ ଶିକ୍ଷଣରେ ନାମ ଲେଖାଇଛି। ଭିଡିଓ ଭିତ୍ତିକ ଶିକ୍ଷା, ପିପିଟି ପ୍ରସ୍ତୁତି, ଅନଲାଇନ୍ ପ୍ରୋଜେକ୍ଟ ଓ ସୃଜନାତ୍ମକ କାର୍ଯ୍ୟକଳାପ ପରି ଅନେକ କ୍ଷେତ୍ରରେ ଆଲୋଚନାତ୍ମକ ଅଧିବେଶନ ମା୍ମମରେ ଗୁଣାତ୍ମକ ତାଲିମ ପ୍ରଦାନ ଉପରେ ୍ମାନ ଦିଆଯାଇଛି।ମହାମାରୀ ସମୟରେ ଆଦାନୀ ଦକ୍ଷତା ବିକାଶ କେନ୍ଦ୍ରର ଏହି ପ୍ରୟାସ ସମାଜକୁ ମଜବୁତ କରିବା ସହ ଲୋକଙ୍କୁ ସୂଚନା ଦେବା ତଥା ଶିକ୍ଷା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି, ଯାହା ପରବର୍ତ୍ତୀ ସମୟରେ ସମାଜର ବଞ୍ଚିତ ଶ୍ରେଣୀର ଲୋକଙ୍କ ଜୀବନରେ ଏକ ଦୃଢ ସାମାଜିକ ତଥା ସାଂସ୍କୃତିକ ପ୍ରଭାବ ସୃଷ୍ଟି କରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.