Home ଜିଲ୍ଲା ପରିକ୍ରମା ଆଦାନୀ ଡିଏଭି ସ୍କୁଲରେ ବନ ମହୋତ୍ସବ ପାଳିତ

ଆଦାନୀ ଡିଏଭି ସ୍କୁଲରେ ବନ ମହୋତ୍ସବ ପାଳିତ

39

ଭଦ୍ରକ, ୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ଧାମରା ଆଦାନୀ ଡିଏଭି ପବ୍ଲିକ ସ୍କୁଲରେ ବନ ମହୋତ୍ସବ ପାଳିତ ହୋଇ ଯାଇଛି । ବନମହୋତ୍ସବ ପାଳନ ଅବସରରେ ବିଦ୍ୟାଳୟର ଶିକ୍ଷୟତ୍ରୀ ସରୋଜିନୀ ତ୍ରିପାଠୀ ଅତିଥି ମାନଙ୍କୁ ସ୍ୱାଗତ କରିବା ସହ ବନ ମହୋତ୍ସବର ଲକ୍ଷ୍ୟ ଏବଂ ଉଦ୍ୱେଶ ବିଷୟରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମର ମୂଳ ଉଦ୍ୱେଶ ବୃକ୍ଷ ରାଜିର ଗୁରୁତ୍ୱ ବିଷୟରେ ଜନସାଧାରଣଙ୍କ ନିକଟରେ ସଚେତନତା ବାର୍ତା ପହଂଚାଇବା ସହ ଛାତ୍ରଛାତ୍ରୀ ମାନଙ୍କ ସହ ବ୍ୟାପକ ଭାବେ ପରିବେଶ ସୁରକ୍ଷା ଏବଂ ସଚେତନତା ସୃଷ୍ଟି କରିବା । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରଜାତିର ଚାରା ଏବଂ ମଞି ଆଣିଥିଲେ । ହୋଇଥିବା କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ଯଥା ବୃକ୍ଷରୋପଣ ଅଭିଯାନ, ପୋଷ୍ଟର,ସ୍ଲୋଗାନ ଲିଖନ,କ୍ୱିଜ, ଏକାଙ୍କିକା, ନୃତ୍ୟ, କବିତା ପାଠ, ଚିତ୍ରାଙ୍କନ, ଓ ସଚେତନତା ଶୋଭାଯାତ୍ରା ରେ ଅଂଶ ଗ୍ରହଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ ର ନାମ କରଣ ମଧ୍ୟ ହୋଇଥିଲା ଗୋଟିଏ ବୃକ୍ଷ ମାଆଙ୍କ ନାମରେ । ବିଦ୍ୟାଳୟର ଅଧ୍ୟକ୍ଷା କୃଷ୍ଣପ୍ରିୟା ଷଡଙ୍ଗୀଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ଏବଂ ପ୍ରେରଣାଦାୟୀ ଭାଷଣ ମାଧ୍ୟମରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପରିବେଶ ସୁରକ୍ଷା ପ୍ରତି ଅନୁପ୍ରାଣିତ ହେବା ସହ ଆଗାମୀ ଦିନରେ ଚିର ହରିତ ଜଙ୍ଗଲ ସୃଷ୍ଟି କରିବା ସେମାନଙ୍କ ମୂଳ ଲକ୍ଷ୍ୟ ବୋଲି ମଧ୍ୟ ମତ ପ୍ରକାଶ ପାଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷକ ଶୌମ୍ୟରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.