Home ଜିଲ୍ଲା ପରିକ୍ରମା ଆଦାନି ଧାମରା ପୋର୍ଟ ପକ୍ଷରୁ ଭଲିବଲ୍ ପ୍ରତିଯୋଗିତା, ଅଚକ ଦଳ ବିଜୟୀ

ଆଦାନି ଧାମରା ପୋର୍ଟ ପକ୍ଷରୁ ଭଲିବଲ୍ ପ୍ରତିଯୋଗିତା, ଅଚକ ଦଳ ବିଜୟୀ

40

ଭଦ୍ରକ, ୮ା୩ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ଆଦାନି ଧାମରା ପୋର୍ଟର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ବିଭାଗ ଦ୍ୱାରା ଗଦି ଗ୍ରାମପଞ୍ଚାୟତ ପଡ଼ିଆରେ ଜିଲା କ୍ରୀଡ଼ା ତଥା ଗଦି ପଞ୍ଚାୟତ ସମିତି ସହାୟତାରେ ପଞ୍ଚାୟତସ୍ତରୀୟ ଭଲିବଲ ପ୍ରତିଯୋଗିତା ମାର୍ଚ୍ଚ ୬ ତାରିଖରେ ଆୟୋଜିତ ହୋଇଯାଇଅଛି। ଏହି ପ୍ରତିଯୋଗିତାରେ ଆଦାନି ଧାମରା ପୋର୍ଟର ରେଳ କରିଡର ପାରିପାଶ୍ୱର୍ରେ ଥିବା ୮ ପଞ୍ଚାୟତ (ଚାନ୍ଦବାଲି, ଏରେଇଁ, ଦୋଳମଣ୍ଡପ, ଅଚକ, ଭାଟପଡ଼ା, କୋଲ୍‌ହ, ଗୁଆଁମାଳ ଏବଂ ପାଳିଆବିନ୍ଧା)ର ୮ଟି ଦଳ ଭାଗ ନେଇଥିଲେ। ଏହି ପ୍ରତିଯୋଗିତାଟି ଗଦି ପଞ୍ଚାୟତର ଆନନ୍ଦ ପାଣିଗ୍ରାହୀ, ଶ୍ରୀଧର ନାୟକ, ପ୍ରେମାନନ୍ଦ ବଳ, ପ୍ରଭାତ କୁମାର ଜେନା, ଗିରିଜା ରମଣ ଜେନା ଓ ବିଭୁପ୍ରସାଦ ସାହୁଙ୍କ ଉପସ୍ଥିତିରେ ଉଦ୍‌ଘାଟନ ହୋଇଥିଲା। ଏହି ପ୍ରତିଯୋଗିତାରେ ଅଚକ ଦଳ, ଚାନ୍ଦବାଲି ଦଳକୁ ୨/୧ ସେଟ୍‌ରେ ପରାସ୍ତ କରି ବିଜୟୀ ହୋଇଥିଲା। ଏହି ପ୍ରତିଯୋଗିତାର ଉଦ୍‌ଯାପନୀ ଉତ୍ସବରେ ଆନନ୍ଦ ପାଣିଗ୍ରାହୀ, ଶ୍ରୀଧର ନାୟକ, ପ୍ରେମାନନ୍ଦ ବଳ, ପ୍ରଭାତ କୁମାର ଜେନା, ଗିରିଜା ରମଣ ଜେନା ଓ ବିଭୁ ପ୍ରସାଦ ସାହୁ ଉପସ୍ଥିତ ରହି ବିଜୟୀ ଦଳକୁ ସମ୍ବର୍ଦ୍ଧିତ କରିଥିଲେ। ପ୍ରତିଯୋଗିତାରେ ଅଚକ ଦଳର ଆର୍ଯ୍ୟପ୍ରଭୁ ଧଳଙ୍କୁ ସର୍ବଶ୍ରେଷ୍ଠ ଖେଳାଳି ଏବଂ ଚାନ୍ଦବାଲିର ସନ୍ତୋଷ ସାହୁଙ୍କୁ ସର୍ବଶ୍ରେଷ୍ଠ ଶ୍ମାଶର ଭାବେ ବିବେଚନା କରାଯାଇ ପୁରସ୍କୃତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.