Home କେନ୍ଦ୍ରାପଡ଼ା ଆଦର୍ଶ ଶିକ୍ଷୟିତ୍ରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ଆଦର୍ଶ ଶିକ୍ଷୟିତ୍ରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

32

କେନ୍ଦ୍ରାପଡ଼ା, ୩୧ା୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୁତରଙ୍ଗ ଗ୍ରାମପଞ୍ଚାୟତ ଅଧିନସ୍ଥ ପଲ୍ଲୀ ଶିକ୍ଷାଶ୍ରମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସେବାନିବୃତ୍ତ ସହକାରୀ ଶିକ୍ଷୟତ୍ରୀ ମୀନା କୁମାରୀ ଦେଇଙ୍କ ଅବସରକାଳୀନ ସମ୍ବର୍ଦ୍ଦନା ସଭା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମା’ମଙ୍ଗଳା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିର୍ମଳ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ପର୍ବରେ ମଣ୍ଡଳ ସହ ଶିକ୍ଷା ଅଧିକାରୀ କୁମୁଦିନୀ ଦେଇ ଓ ଅଞ୍ଜନା ସ୍ୱାଇଁ, ପ୍ରଧାନ ଶିକ୍ଷକ ରାଧାକାନ୍ତ ମିଶ୍ର, ବିମ୍ବାଧର ବେହେରା, ମା’ମଙ୍ଗଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆଞ୍ଚଳିକ ସାଧନକେନ୍ଦ୍ରର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଏକ ଶୃଙ୍ଖଳିତ ରାଲିରେ ସଂପୃକ୍ତ ଶିକ୍ଷୟତ୍ରୀଙ୍କୁ ସଭାସ୍ଥଳକୁ ଅଣାଯାୟୀ ପୁଷ୍ପଗୁଛ, ଉପଢୈାକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଆଞ୍ଚଳିକ ସାଧନକେନ୍ଦ୍ରର ସଂଯୋଜକ ମହମ୍ମଦ ଗୟାସୁଦ୍ଦିନ ଓ ଗିରିଧାରୀ ସାହୁ ପ୍ରମୁଖ ସେବାନିବୃତ୍ତ ସହକାରୀ ଶିକ୍ଷୟିତ୍ରୀଙ୍କ ସଫଳତାର ଗୁଣଗାନ କରିବା ସହ ତାଙ୍କ ପଦାଙ୍କ ଅନୁସରଣ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଛାତ୍ରଛାତ୍ରୀମାନେ ସ୍ୱାଗତ ଓ ବିଦାୟୀ ସଂଗୀତ ଗାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.