Home ଜିଲ୍ଲା ପରିକ୍ରମା ଆଦର୍ଶ ଶିକ୍ଷକ ଧନେଶ୍ୱର ଦାସଙ୍କ ଶ୍ରଦ୍ଧାଂଜଳି ସଭା

ଆଦର୍ଶ ଶିକ୍ଷକ ଧନେଶ୍ୱର ଦାସଙ୍କ ଶ୍ରଦ୍ଧାଂଜଳି ସଭା

80

ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଦର୍ଶ ଶିକ୍ଷକ ସ୍ୱର୍ଗତଃ ଧନେଶ୍ୱର ଦାସଙ୍କ ଏକାଦଶାହ ଉପଲକ୍ଷେ ସରସଦା ସ୍ଥିତ ଏକବୋଲା ଠାରେ ଏକ ଶ୍ରଦ୍ଧାଂଜଳି ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ପିତାମ୍ବର ନାୟକଙ୍କ ସଭାପତିତ୍ୱରେ ଓ ଅବସରପ୍ରାପ୍ତ ଶିକ୍ଷକ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ ଓ ସମାଜସେବୀ ସୁଧାକର ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ସ୍ୱର୍ଗତ ଦାସ ଜଣେ ମିଷ୍ଟଭାଷୀ,ମେଳାପୀ,ପରୋପକାରୀ,ଧର୍ମପରାୟଣା ,ଛାତ୍ରବତ୍ସଳ ଶିକ୍ଷକ ଥିଲେ ବୋଲି ସ୍ତମ୍ଭକାର ଅଭୟ ଦ୍ୱିବେଦୀ, ଶିକ୍ଷକ ନଟବର ରାଉଳ,ବିଜେପି ନେତା ବଦ୍ରି ନାରାୟଣ ଧଳ,କଂଗ୍ରେସ ନେତା ସୁବ୍ରତ ଦାସ,ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ନର ନାରାୟଣ ଜେନା,ସରପଂଚ ରାମଚନ୍ଦ୍ର ସେନାପତି, ପ୍ରାକ୍ତନ ସମିତିସଭ୍ୟ ନୃସିଂହ ଚରଣ ଖିଲାର,ନେତ୍ରୀ ବସୁମିତ୍ରା ସାହୁ,ହରିନନ୍ଦି,ବିକାଶ ସାମଲ,ସାମ୍ବାଦିକ ରବିନାରାୟଣ ଖିଲାର,ସନ୍ତୋଷ ଦାସ,ଶିକ୍ଷକ ହେମେନ୍ଦ୍ର ମହାନ୍ତି,ନିର୍ମଳ ଚନ୍ଦ୍ର କର,ରମାକାନ୍ତ ବେହେରା,ବ୍ଲକ ଉପାଧ୍ୟକ୍ଷା ସତ୍ୟବ୍ରତ ଦାସ,ଶରତ ଚନ୍ଦ୍ର ମହାପାତ୍ର,ପବନ କୁମାର ନାୟକ,ମୁରଲୀ ଧର ଦାସ,ନିରଞ୍ଜନ ପଲେଇ,ଗିରିଶ ଚନ୍ଦ୍ର ସାମଲ,ଗିରିଶ ଚନ୍ଦ୍ର ସାହୁ,ରବିନ୍ଦ୍ର ସାହୁ,ଅନିରୁଦ୍ଧ ଦାସ,ସୀତାକାନ୍ତ ଜେନା,ବିଜୟ ମହାନ୍ତି,ଅକ୍ଷୟ ସ୍ୱାଇଁ,ନରହରି ମହାନ୍ତି,ଅଶୋକ କୁମାର କବି ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଦାସଙ୍କ ସ୍ମୃତିଚାରଣ କରିଥିଲେ । ପ୍ରଥମେ ସ୍ୱର୍ଗତ ଦାସଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ ଓ ଦୀପ ପ୍ରଜ୍ଜଳନ କରାଯାଇଥିଲା । ପଣ୍ଡିତ ନୃସିଂହ ଚରଣ ପଣ୍ଡା ବେଦପାଠ କରିଥିଲେ । ଏହି ଅବସରରେ ସ୍ୱରାଜ ବାର୍ତ୍ତାର ମୁଖ୍ୟ ସଂପାଦକ ରବିନାରାୟଣ ଖିଲାରଙ୍କ ଦ୍ୱାରା ସମ୍ପାଦିତ ଧନେଶ୍ୱର ଦାସଙ୍କ ପାଇଁ ସ୍ୱତନ୍ତ୍ର ସଂସ୍କରଣ ଉନ୍ମୋଚିତ ହୋଇଥିଲା । ଶେଷରେ ବିନାୟକ ଦାସ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.