Home ଜିଲ୍ଲା ପରିକ୍ରମା ଆଦର୍ଶ ଶିକ୍ଷକ ଚୈତନ୍ୟ ଚରଣ ଲେଙ୍କାଙ୍କ ବିୟୋଗ

ଆଦର୍ଶ ଶିକ୍ଷକ ଚୈତନ୍ୟ ଚରଣ ଲେଙ୍କାଙ୍କ ବିୟୋଗ

16

ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ରାଧାବଲ୍ଲଭପୁର ପଂଚାୟତ ଷୋଳଗାଁର ବାସିନ୍ଦା ଆଦର୍ଶ କଳା ଶିକ୍ଷକ ଚୈତନ୍ୟ ଚରଣ ଲେଙ୍କାଙ୍କ (୮୪) ବାର୍ଦ୍ଧକ୍ୟ ଜନିତ କାରଣରୁ ବିୟୋଗ ଘଟିଛି। ସେ ଜଣେ ଆଦର୍ଶ ଶିକ୍ଷକ ସହିତ ସାହିତ୍ୟ ଓ କଳା ଜଗତରେ ନିଜ ଅସ୍ତିତ୍ୱ ଛାଡ଼ି ଯାଇଛନ୍ତି। ୧୯୬୨ ମସିହାରେ ଧାମନଗର ଉର୍ଦ୍ଧୁ ପ୍ରାଇମେରୀ ବିଦ୍ୟାଳୟରେ ଶିକ୍ଷକ ଭାବେ ଚାକିରି ଜୀବନ ଆରମ୍ଭ କରି, ସେ ଭଉଁରୀୟାବାଙ୍କ, ବମକୁରା, ପତ୍ରୀସାହି, ବାୟାଙ୍ଗଡିହ ଓ ସୋରିଷଡିହ ଭଳି ବିଭିନ୍ନ ବିଦ୍ୟାଳୟରେ ଶିକ୍ଷାଦାନ କରିଥିଲେ। ଶେଷରେ ତାଳପଦା ନୋଡ଼ାଲ ବିଦ୍ୟାଳୟରୁ ସେ ୧୯୯୪ ମସିହାରେ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଥିଲେ। ଚୈତନ୍ୟ ଲେଙ୍କା ଜଣେ କବି ଓ ଲେଖକ ଭାବେ ପରିଚିତ ଥିଲେ। ସେ ପାଲା ‘ଜଳନ୍ଦର ବଧ’ ‘ସତୀ ଚଉଁରା’ ଭଳି ପାଲା ଏବଂ ଶତାଧିକ କବିତା ଏବେ ମଧ୍ୟ ସାହିତ୍ୟ ପ୍ରେମୀମାନଙ୍କ ମନରେ ସ୍ଥାନ କରିଛି। ଜୀବନରେ ଶିଷ୍ଟ ଓ ନିଷ୍ଠାବାନ ଶିକ୍ଷକ ଭାବେ ସେ ଛାତ୍ରମାନଙ୍କ ମନେରେ ଛାପ ରଖିଛନ୍ତି। ତାଙ୍କ ମୃତ୍ୟୁ ପରେ ଯାଜପୁର ଦଶାଶ୍ୱମେଧ ଘାଟରେ ଶେଷକୃତ୍ୟ ସଂପନ୍ନ ହୋଇଛି। ବଡ ପୁଅ ଶିକ୍ଷକ ସୁବ୍ରତ ଲେଙ୍କା ମୁଖାଗ୍ନି ଦେଇଥିଲେ। ଶେଷଦର୍ଶନ ପାଇଁ ସରପଂଚ ପ୍ରିତମ ଦାସ, ସମିତି ସଭ୍ୟ ସୂର୍ଯ୍ୟକାନ୍ତ ନାୟକ, ଅବସରପ୍ରାପ୍ତ ଶିକ୍ଷକ ନନ୍ଦକିଶୋର ବିଶ୍ୱାଳ, ସମାଜସେବୀ ସୁଦର୍ଶନ ଦାସ, ଦେବବ୍ରତ ଲେଙ୍କା, ସୌମ୍ୟରଞ୍ଜନ ଲେଙ୍କା, ତାପସ ଲେଙ୍କା, ଦିପ୍ତିରଞ୍ଜନ ଲେଙ୍କା, ପ୍ରଭାସ ଲେଙ୍କା, ପ୍ରସାଦ ନାୟକ, ଅମରେନ୍ଦ୍ର ସାହୁ, ସତ୍ୟବ୍ରତ ରାଉତ, ଅନାଦି ଚରଣ ସାମଲ ଆଦି ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.