Home ଜିଲ୍ଲା ପରିକ୍ରମା ଆଦର୍ଶ ଶିକ୍ଷକ ଗୋରସାରଙ୍କୁ “ଶିକ୍ଷା ରତ୍ନ ସମ୍ମାନ”

ଆଦର୍ଶ ଶିକ୍ଷକ ଗୋରସାରଙ୍କୁ “ଶିକ୍ଷା ରତ୍ନ ସମ୍ମାନ”

12

ଭଦ୍ରକ, ୧୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଧାମନଗର ମଦ୍ରାସା ଗୌସିୟା ରୌଫିୟାର ଅବସରପ୍ରାପ୍ତ ଶିକ୍ଷକ,ଧାମନଗର ଶାନ୍ତି କମିଟିର ବରିଷ୍ଠ ସଦସ୍ୟ,ଖାନକା ସରିଫ୍ ଉର୍ସ କମିଟିର ପୂର୍ବତନ ସାଧାରଣ ସମ୍ପାଦକ,ସମାଜସେବୀ ତଥା ପରୋପକାରୀ ଗୋରା ସାରଙ୍କୁ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ “ଶିକ୍ଷା ରତ୍ନ ସମ୍ମାନ”ପ୍ରଦାନ କରାଯାଇଛି। ଜଣେ ସେବା ନିବୃତ ଶିକ୍ଷକ ଭାବେ ସାମାଜିକ ଓ ଧାର୍ମିକ କ୍ଷେତ୍ରରେ ଅତୁଳନୀୟ ଅବଦାନ ଓ ଶିକ୍ଷାର ପ୍ରସାର ଏବଂ ନୀତି ନୈତିକତା ସମ୍ପନ୍ନ ବ୍ୟକ୍ତି ଭାବେ ସେ ଏହି ସମ୍ମାନ ଲାଭ କରିଛନ୍ତି। ଗତ ୧୮ ତାରିଖ ପୂର୍ବାହ୍ନରେ ଧାମନଗର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବରିଷ୍ଠ ନାଗରିକ ପରିଷଦର ନବମ ବାର୍ଷିକ ପ୍ରତିଷ୍ଠା ସମାରୋହରେ ସେକ ଅବଦୁଲ ହାକିମ(ଗୋରାସା)ର୍ଙ୍କୁ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ଥିଲା। କାର୍ଯ୍ୟକ୍ରମରେ ଧାମନଗର ପଂଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା ମୁଖ୍ୟ ଅତିଥି,ଭଦ୍ରକ ଏସ୍‌.ପି. ମନୋଜ କୁମାର ରାଉତ ମୁଖ୍ୟବକ୍ତା ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଧିର ରଞ୍ଜନ ନାୟକ ବରେଣ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଗ୍ୟାଷ୍ଟ୍ରୋଲୋଜି ବିଶେଷଜ୍ଞ ଡାକ୍ତର ଅଜିତ ପ୍ରସାଦ ଯେନା,ସଂପୃକ୍ତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସମୀର ଗୋସ୍ୱାମୀ ପ୍ରମୁଖ ସମ୍ମାନୀତ ଅତିଥି ମାନଙ୍କ କରକମଳରୁ ସେ ଏହି ସମ୍ମାନ ପତ୍ର ସହ ଉତରୀୟ ଓ ପୁଷ୍ପଗୁଚ୍ଛ ଗ୍ରହଣ କରିଥିଲେ। ଗୋରା ସାର ଏହା ପୂର୍ବରୁ ବିଭିନ୍ନ ସଙ୍ଗଠନ ଓ ଅନୁଷ୍ଠାନ ସମେତ ଧାମନଗର ମହୋତ୍ସବରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ,ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ,ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ଅନ୍ୟ ଅତିଥିଙ୍କ ଦ୍ୱାରା ସମ୍ମାନୀତ ହୋଇଥିଲେ। ଏହି ସମ୍ମାନ ପାଇବା ପରେ ସମ୍ବର୍ଦ୍ଧିତ ପ୍ରତିଭା ଗୋରା ସାର ବରିଷ୍ଠ ନାଗରିକ ପରିଷଦର ସଭାପତି ଅନିଲ କୁମାର ବାରିକ,ସମ୍ପାଦକ ଶଚିକାନ୍ତ ପଣ୍ଡାଙ୍କ ସମେତ ଅନ୍ୟ କର୍ମକର୍ତା ଓ ସଦସ୍ୟଙ୍କ ନିକଟରେ ଅଭାର ପ୍ରକଟ କରିବା ସହ ଅନୁଷ୍ଠାନର ଉତରୋତର ଉନ୍ନତି କାମନା କରିଛନ୍ତି। ସମ୍ମାନିତ ପ୍ରତିଭାକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ଶୁଅ ଛୁଟିଥିବା ବେଳେ ହୁସନାରା ହାକିମ୍ ଏଜୁକେସନାଲ ଆଣ୍ଡ୍ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଡଃ ମହମ୍ମଦ ଅବଦୁଲ ମକିମ୍ ଏବଂ ହାକିମ ପରିବାର ବର୍ଗ ବରିଷ୍ଠ ନାଗରିକ ପରିଷଦର ସଭାପତି,ସମ୍ପାଦକଙ୍କ ସହ ସମସ୍ତ ସଦସ୍ୟଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.