Home ଜିଲ୍ଲା ପରିକ୍ରମା ଆଦର୍ଶ ପ୍ରଧାନ ଶିକ୍ଷକଙ୍କ ବିୟୋଗରେ କ୍ୟାଣ୍ଡେଲ ଶୋଭାଯାତ୍ରା ଏବଂ ପଥପ୍ରାନ୍ତ ନୀରବ ପ୍ରାର୍ଥନା

ଆଦର୍ଶ ପ୍ରଧାନ ଶିକ୍ଷକଙ୍କ ବିୟୋଗରେ କ୍ୟାଣ୍ଡେଲ ଶୋଭାଯାତ୍ରା ଏବଂ ପଥପ୍ରାନ୍ତ ନୀରବ ପ୍ରାର୍ଥନା

6

ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶିଷ୍ଟ ଶିକ୍ଷାବିତ ତଥା ଆଦର୍ଶ ପ୍ରଧାନ ଶିକ୍ଷକ ସୋମନାଥ କୁଣ୍ଡୁଙ୍କ ୮୫ ବୟସରେ ତାଙ୍କ ପୈତୃକ ଗ୍ରାମ ଠାରେ ପରଲୋକ ହୋଇ ଯାଇଛି। ସେ ୧୯୭୬ ମସିହାରେ ଧାମରାଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ ଏବଂ ପରବର୍ତୀ ସମୟରେ ୨୦୦୬-୧୨ ମସିହା ପର୍ଯ୍ୟନ୍ତ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦାୟିତ୍ୱ ବହନ କରିବା ସହ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମହଲରେ ବେଶ ଆଦୃତ ହୋଇ ପାରିଥିଲେ।ଆଜି ସଂପୃକ୍ତ ଶିକ୍ଷକଙ୍କ ସ୍ମୃତିରେ ଧାମରା ଅଂଚଳର ଶତାଧିକା ଛାତ୍ରଛାତ୍ରୀ ଧାମରାଇ ମନ୍ଦିର ନିକଟରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରି ଧାମରା ବସଷ୍ଟାଣ୍ଡ ଠାରେ ପହଂଚିଥିଲେ। ପରେ ଧାମରା ବସଷ୍ଟାଣ୍ଟରେ ପହଂଚିବା ପରେ ଏକ ଶୋକସଭା ଅନୁଷ୍ଠିତ ହେବା ସହ ଦିବଂଗତ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ। ଆଜି ହୋଇଥିବା କ୍ୟାଣ୍ଡେଲ ଶୋଭାଯାତ୍ରା ଏବଂ ଶୋକ ସଭାରେ ଧାମରାଇ ସରକାରୀ ଉଚ୍ଚ ବିଦ୍ୟାଳୟର ଶତାଧିକ ପୁରାତନ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.