Home କେନ୍ଦ୍ରାପଡ଼ା ଆଦର୍ଶ କୃଷକଙ୍କ ପରଲୋକ

ଆଦର୍ଶ କୃଷକଙ୍କ ପରଲୋକ

82

କେନ୍ଦ୍ରାପଡା ୨୨/୧ – (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ପଂଚାୟତର ତରାପୁର ଗ୍ରାମର ଆଦର୍ଶ କୃଷକ ବାନାମ୍ବର ନାୟକଙ୍କ ମଙ୍ଗଳବାର ଅପରାହ୍ନରେ ୮୨ବର୍ଷ ବୟସରେ ତାଙ୍କ ବାସଗୃହରେ ହୃଦଘାତରେ ପରଲୋକ ହୋଇଯାଇଛି। ତାଙ୍କ ବିୟୋଗରେ ସ୍ଥାନୀୟ ଅଚଂଳରେ ଶୋକର ଛାୟା ଖେଳିଯାଇଛି।

ଏକ ମହାଜନ ପରିବାରରେ ଜନ୍ମଗ୍ରହଣ କରିଥିବା ବାନାମ୍ବରଙ୍କର କୃଷି ପ୍ରତି ଆଗ୍ରହ ଥିବାରୁ ସେ ଜଣେ ସଫଳ କୃଷକ ଥିଲେ। ଗ୍ରାମ ଶ୍ମସାନରେ ତାଙ୍କ ଅନ୍ତେଷ୍ଟିକ୍ରୀୟା ସମ୍ପନ୍ନ ହୋଇଥିବା ବେଳେ ତାଙ୍କ ଜ୍ୟେଷ୍ଠପୁତ୍ର ମନୋଜ ମୁଖାଗ୍ନି ଦେଇଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ସାନପୁଅ ଜ୍ଞାନରଞ୍ଜନ, ଝିଅ ଅଞ୍ଜନୀ, ପ୍ରେମାଞ୍ଜଳି, ପଦ୍ମାଞ୍ଜଳି, ଜ୍ୱାଇଁ ଶାନ୍ତନୁ, ରାମଚନ୍ଦ୍ର, ସଞ୍ଜୟ ଓ ବିଧୁଭୂଷଣ ମହାପାତ୍ରଙ୍କ ସମେତ ଆତ୍ମୀୟସ୍ୱଜନମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.