Home ଜିଲ୍ଲା ପରିକ୍ରମା ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ, ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ସମ୍ମିଳନୀ

ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ, ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ସମ୍ମିଳନୀ

13

ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ଜନତା ପାର୍ଟି ଭଦ୍ରକ ଜିଲା କାର୍ଯ୍ୟାଳୟ ଠାରେ ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନର ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସମ୍ମିଳନୀ ନିର୍ବାଚନ ମଣ୍ଡଳୀ ନେତା ସୁଧାଂଶୁ ଶେଖର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲା ସଭାପତି ଭଗବାନ ପଣ୍ଡା ମୁଖ୍ୟ ଅତିଥି, ଆତ୍ମନିର୍ଭର ସଂକଳ୍ପ ଅଭିଯାନର ଜିଲା ସଂଯୋଜକ ତଥା ପ୍ରାକ୍ତନ ଜିଲା ସଭାପତି ଅକ୍ଷୟ ସାହୁ ମୁଖ୍ୟବକ୍ତା, ୬ ମଣ୍ଡଳ ସଭାପତି ଇଂ ପ୍ରମୋଦ ଜେନା, ସନ୍ତୋଷ ଜେନା, ଅମୂଲ୍ୟ ନନ୍ଦ, ରଞ୍ଜନ ପରିଡା, ପ୍ରଣବ ରାଉତ, ତରଣୀସେନ ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱଦେଶୀ ଉତ୍ପାଦ, ସ୍ୱଦେଶୀ ବ୍ୟବହାର ଓ ସ୍ୱଦେଶୀ ବ୍ୟବସାୟ ଉପରେ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଥିଲେ। ଏହି ସମ୍ମିଳନୀରେ ଉପସ୍ଥିତ ଶତାଧିକ କାର୍ଯ୍ୟକର୍ତା ଆତ୍ମନିର୍ଭର ସଂକଳ୍ପ ପତ୍ର ପାଠ କରି ଶପଥ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କିଶୋର ପଢିଆରୀ, ଆନନ୍ଦ ଓଝା, ଗିରିଶ ସାମଲ, ମାନସ ପହି, ପୂର୍ଣ୍ଣଚନ୍ଦ୍ର ରାଉତ, ମାଧବାନନ୍ଦ ଦାସ, ରୁକ୍ମଣୀ ଦାସ, ଲକ୍ଷ୍ମୀଧର ପାଗଳ, ବାବାଜୀ ଜେନା, ସୁରେଶ ସାମଲ, ସନ୍ତୋଷ ବେହେରା, ବଳଦେବ ବାରିକ, କୈଳାସ ସାହୁ, ଦୀପକ ଗିରି, ନିହାର ଦାସ, ମଦନ କଟୁଆଳ, ଆଦିତ୍ୟ ସ୍ୱାଇଁ ପ୍ରମୁଖ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.