Home ଜିଲ୍ଲା ପରିକ୍ରମା ଆତଙ୍କବାଦ ବିରୋଧରେ ଲଢେଇ ” ଅପରେସନ ସିନ୍ଦୂର’ ରେ ଭାରତୀୟ ସେନାର ପରାକ୍ରମ ସମସ୍ତ ଦେଶବାସୀଙ୍କୁ...

ଆତଙ୍କବାଦ ବିରୋଧରେ ଲଢେଇ ” ଅପରେସନ ସିନ୍ଦୂର’ ରେ ଭାରତୀୟ ସେନାର ପରାକ୍ରମ ସମସ୍ତ ଦେଶବାସୀଙ୍କୁ ଗର୍ବିତ କରିଛି, ଭଦ୍ରକ ଜିଲ୍ଲାରେ ତ୍ରିରଙ୍ଗା ଶୋଭାଯାତ୍ରା

6

ଭଦ୍ରକ, ୧୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆତଙ୍କବାଦ ବିରୋଧରେ ଲଢେଇ ” ଅପରେସନ ସିନ୍ଦୂର’ ରେ ଭାରତୀୟ ସେନା ର ପରାକ୍ରମ ସମସ୍ତ ଦେଶବାସୀଙ୍କୁ ଗର୍ବିତ କରିଛି। ଭାରତୀୟ ସେନାର ଏହି ଅଗାଢ଼ ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇ ଭଦ୍ରକ ଜିଲ୍ଲାରେ ପରାକ୍ରମ ଶୋଭା ଯାତ୍ରା /ତ୍ରିରଙ୍ଗା ଯାତ୍ରା ଆଜି ଦିବା ୮ ଘଟିକା ସମୟରେ ଜିଲାପାଳଙ୍କ କାର୍ଯ୍ୟଳୟ ପରିସର ଠାରୁ ଏକ ବିଶାଳ ସାଇକେଲ ଓ ମୋଟର ସାଇକେଲ ରାଲି କରାଯାଇଥିଲା। ଏଥିରେ ବିଭିନ୍ନ ସ୍କୁଲ୍‌,କଲେଜ ର ଶିକ୍ଷକ ଛାତ୍ରଛାତ୍ରୀ,ଏନସିସି, ସ୍କାଉଟ,ରେଡ କ୍ରସ, ଏନଏସଏସ, ମିଶନ ଶକ୍ତି ମହିଳା,ପୁଲିସ କର୍ମଚାରୀ,ଅଗ୍ନିଶ୍ରମ୍ ବାହିନୀ, ସ୍ୱଂୟ ସହାୟକ ଗୋଷ୍ଠୀ,ବରିଷ୍ଠ ନାଗରିକ ସଂଘ ର କର୍ମକର୍ତା, ରୋଟାରୀ କ୍ଲବ୍ ମିଡ ଟାଉନ, ଲାୟନ୍ସ୍ କ୍ଲବ୍‌, ଭଦ୍ରକ ବସ ସିଣ୍ଡିକେଟ ଏବଂ ବିଭିନ୍ନ ବ୍ଲକରୁ ଆସିଥିବା ସମାଜ ସେବୀ, ଜିଲ୍ଲପାଳଙ୍କ କାର୍ଯ୍ୟଳୟ ର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଯୋଗ ଦେଇଥିଲେ। ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଜିଲ୍ଲାପାଳ ଦିଲିପ ରାଉତରାଏ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶାନ୍ତନୁ ମହାନ୍ତି ,ଅତିରିକ୍ତ ଜିଲ୍ଲାପାଳ(ସାଧାରଣ ) ସରୋଜ ଦତ,ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତି, ସିଡ଼ିଏମ୍‌ଓ ଡ଼ାକ୍ତର ସୁଧାଂଶୁ ବଳ, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ତଥା ଡେପୁଟୀ କଲେକ୍ଟର କାର୍ତିକ ନାଥ ମଣ୍ଡଳ, କାର୍ଯ୍ୟ ନିର୍ବାହୀ ଅଧିକାରୀ ତାପସ ସାମଲ ଏବଂ ପ୍ରଶାସନିକ ଅଧିକାରୀ ମାନେ ଯୋଗ ଦେଇଥିଲେ। ଏହି ତ୍ରିରଙ୍ଗା ଯାତ୍ରା ରେ ପ୍ରାୟ ୨୦୦୦ ରୁ ଅଧିକ ଜନ ସାଧାରଣ ଯୋଗ ଦେଇ ଦେଶର ସାର୍ବଭୌମତ୍ୱ ରକ୍ଷା ଉଦ୍ଧେଶ୍ୟରେ ସ୍ଲୋଗାନ ସହିତ ବିଭିନ୍ନ ଦେଶାମ୍ୟବୋଧକ ସଙ୍ଗୀତ ଗାନ କରିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟଳୟରୁ ସାଇକେଲ ଓ ମୋଟର ସାଇକେଲ ଯାନରେ ତ୍ରୀରଙ୍ଗା ସହିତ ବାହାରି ଅପର୍ତି ବିନ୍ଧା ଛକ, ମୋଚି ଛକ,ସନ୍ଥିଆ ପୋଲ, ଏନ.ସି. ଉଚ୍ଚ ବିଦ୍ୟାଳୟ, ପୁରୁଣା ବଜାର ଥାନା,ଗୋଶାଳା ଛକ,ଡାହାଣୀ ଗାଡିଆ ଛକ, ବର୍ମା ବାଏ ପାସ ଛକ, ରାଜଘାଟ ପୋଲ, ଟାଉନ ଥାନା ଛକ ଦେଇ ନଗର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ପହଂଚିଥିଲେ। ଶୋଭାଯାତ୍ରାରେ ସ୍ଥାନେ ସ୍ଥାନେ ପାନୀୟ ଜଳ / ଦହି ପାଣି ବ୍ୟବସ୍ଥା ରୋଟରୀ କ୍ଲବ୍ ମିଡ ଟାଉନ, ଲାୟନ୍ସ କ୍ଲବ ଓ ସେହିପରି ଭଦ୍ରକ ବସ ସିଣ୍ଡିକେଟ ତରଫରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ପରିସରରେ ସମସ୍ତଙ୍କ ପାଇଁ ଖାଦ୍ୟ ଓ ପାନୀୟର ବ୍ୟବସ୍ଥା କରାଯାଇଥିଲା। ଦେଶକୁ ସୁରକ୍ଷିତ ରଖିବା ସହ ନାଗରିକଙ୍କ ଜୀବନ ରକ୍ଷା କରିଥିବା ଭାରତୀୟ ସେନା ବାହିନୀଙ୍କ ବଳିଷ୍ଠ ଭୂମିକା ଥିବା ବେଳେ ସରକାରଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବାରୁ ଏବଂ ଦେଶ ପ୍ରେମର ପ୍ରୀତି ଜନ ମାନସରେ ତ୍ରିରଙ୍ଗା ଯାତ୍ରା ମାଧ୍ୟମରେ ଉଦ୍ରେକ କରି ଥିବାରୁ ସାଧାରଣ ନାଗରିକ ସମସ୍ତ ପ୍ରଶାସନିକ ଅଧିକାରୀମାନଙ୍କୁ ସାଧୁ ବାଦ ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.