Home ଜିଲ୍ଲା ପରିକ୍ରମା ଆଣ୍ଠୁଏ ଜଳରେ ଜୀବନ ସାଙ୍ଗରେ ଖେଳି ପାର କରୁଛନ୍ତି ଗାଡ଼ି

ଆଣ୍ଠୁଏ ଜଳରେ ଜୀବନ ସାଙ୍ଗରେ ଖେଳି ପାର କରୁଛନ୍ତି ଗାଡ଼ି

136

ବାହାନଗା,୨୮ା୮(ଭାରତୀ ଦାସ / ଓଡ଼ିଆ ପୁଅ) କରୋନା ମହାମାରୀ ସମସ୍ତଙ୍କୁ ବେକାବୁ କରି ଦେଇ ଥିବା ବେଳେ ହାତ ଗୋଡ଼ ବାନ୍ଧି ବସିଛନ୍ତି ବହୁ ଗଟିଖିଆ ଗରିବ । କାମ ଧନ୍ଦା ପାଇଁ ବାହାର ରାଜ୍ୟକୁ ଯାଇ ନପାରି ଏପଟସେପଟ ହେଉଛନ୍ତି । ପରେ ଲଘୁଚାପ ଜନିତ ବର୍ଷା ଦ୍ୱାରା ବନ୍ୟା କରଣରୁ ମଧ୍ୟ କିଛି କରି ନପାରି ବସି ରହିଛନ୍ତି । ତଥାପି ଛାଡ଼ି ନାହାନ୍ତି ଧୈର୍ଯ୍ୟ । ବିପତି ସମୟରେ ବି ଲୋକଙ୍କୁ ସହଯୋଗ କରିବାକୁ ଆସୁଛନ୍ତି ଆଗକୁ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାହାନଗା ବ୍ଲକ ବାଲକିତିରଣ ଘେଷରା ପୋଲ ନିକଟରେ । ବନ୍ୟାଜଳରେ ପୁରା ପୋଲ ବୁଡ଼ି ଉପରେ ଆଣଣ୍ଠୁଏ ପାଣି ହୋଇ ଥିବାବେଳେ ଜୀବନ ସାଙ୍ଗରେ ଖେଳଖେଳି ସଙ୍ଗିରେ ବୋହି ନେଇ ଯାଉଛନ୍ତି ଲୋକଙ୍କର ଗାଡ଼ି । ଫଳରେ ପରିଶ୍ରମ ବାବଦରେ ୨୦ଟଙ୍କା ଦେଉଛନ୍ତି ଗାଡ଼ି ଚାଳକ । ୨୦ ଟଙ୍କା ପାଇଁ ସଙ୍ଗିରେ ବୋହି ଜୀବନକୁ ବାଜି ଲଗାଇ ପାର କରୁ ଛନ୍ତି ବିଭିନ୍ନ ବ୍ୟସ୍ତ କାର୍ଯ୍ୟରେ ଯାଉଥିବା ଗାଡ଼ି ଚାଳକ ଲୋକଙ୍କୁ । ଏ ହେଉଛି ଖଟିଖିଆଙ୍କର ପେଟ ପୋଷିବାର ବିରଳ ନମୁନା । ସୂଚନା ମୁତାବକ ଏହି ପୋଲରେ ପ୍ରତ୍ୟକ ବର୍ଷ କିଛିନା କିଛି ଦେଖିବାକୁ ଘଟଣା ମିଳୁଛି । କେତେ ବି ଧନ ଜୀବନ ନଷ୍ଟ ହେଉଛି । ତେଣୁ ଜନ ସାଧାରଣରେ ଦାବୀ ଉଠୁଛି ଏହି ଘୋଷରା ପୋଲକୁ ଉଠାଇ ଦେଇ ଯଦି ଏଠାରେ ଏକ ବଡ ଼ଉଚ୍ଚ ବିଶିଷ୍ଟ ପୋଲ କରାଯାଇ ପାରନ୍ତା ତାହେଲେ ବନ୍ୟା ସମୟରେ ଏମିତି ଚିତ୍ର ଦେଖିବକୁ ମିଳନ୍ତା ନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.