Home ଜିଲ୍ଲା ପରିକ୍ରମା ଆଜୀବନ ସଂଗ୍ରାମୀ ଦିବାକର ସାହୁଙ୍କ ପ୍ରଥମ ମୃତ୍ୟୁ ବାର୍ଷିକ ପାଳିତ

ଆଜୀବନ ସଂଗ୍ରାମୀ ଦିବାକର ସାହୁଙ୍କ ପ୍ରଥମ ମୃତ୍ୟୁ ବାର୍ଷିକ ପାଳିତ

3

ଭଦ୍ରକ, ୧୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟିର ପୂର୍ବତନ ସଭ୍ୟ, ପାଳସାହି ଗ୍ରାମ ପଂଚାୟତ ର ପୂର୍ବତନ ସମିତି ସଭ୍ୟ, ଧୁଷୁରୀ ଓ ଧାମନଗର ଅଂଚଳରେ ପ୍ରତିଷ୍ଠା ହୋଇଥିବା ବିଭିନ୍ନ ଶିକ୍ଷାନୁଷ୍ଠାନର ଅନ୍ୟତମ ପ୍ରତିଷ୍ଠାତା, ଆଜୀବନ ସଂଗ୍ରାମୀ ଦିବାକର ସାହୁ ଙ୍କ ପ୍ରଥମ ମୃତ୍ୟୁ ବାର୍ଷିକ ପରିପ୍ରେକ୍ଷୀରେ ଏକ ସ୍ମୃତି ଚାରଣ ସଭା ତାଙ୍କ ପାଳସାହି ସ୍ଥିତ ବାସଭବନ ପରିସରରେ “ଆଜୀବନ ସଂଗ୍ରାମୀ ଦିବାକର ସ୍ମୃତି ସଂସଦ” ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । “ସାମ୍ୟବାଦ” ଆଦର୍ଶରେ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ରହି ସାଧାରଣ ମଣିଷଙ୍କ ସେବା କରିବା ସହ ମେହନତି ମଣିଷଙ୍କ ମୌଳିକ ଅଧିକାରର ସୁରକ୍ଷା ପାଇଁ ସେ ସର୍ବଦା କରୁଥିବା ସଂଗ୍ରାମ ସଂପର୍କରେ ସ୍ମୃତିଚାରକ ମାନେ ଆଲୋଚନା କରିଥିଲେ । ଗରିବ ମଣିଷଙ୍କ ଜମି ର ଅଧିକାର ଦାବିରେ ବୃହତ୍ ପୁଞ୍ଜିପତି ମାନଙ୍କ ଜମିଲୁଣ୍ଠନ ବିରୁଦ୍ଧରେ ଲଢେଇ କରି ସେ ସର୍ବଦା ମାତୃଭୂମି ର ବନ୍ଦନା କରୁଥିଲେ ବୋଲି ବକ୍ତା ବୃନ୍ଦ ପରିପ୍ରକାଶ କରିଥିଲେ । ଆଗାମୀ ବର୍ଷକ ଭିତରେ ସଂଗ୍ରାମୀ ଦିବାକରଙ୍କ ଏକ ତାମ୍ର ପ୍ରତିମୂର୍ତି ବେତାଳିଗାଁ ବଜାରରେ ପ୍ରତିଷ୍ଠା କରିବା ପାଇଁ ଜିଲ୍ଲା ପ୍ରଶାସନ ପାଖରେ ଦାବି କରାଯିବ ବୋଲି ସ୍ମୃତି ସଂସଦ ପକ୍ଷରୁ ପ୍ରକାଶ କରାଯାଇଛି । ଏହି ସ୍ମୃତି ଚାରଣ ସଭାରେ ସ୍ମୃତି ସଂସଦ ର ସଭାପତି ଚନ୍ଦ୍ରଶେଖର ନାୟକ ସଭାପତିତ୍ୱ କରିଥିବା ବେଳେ ସିପିଆଇ(ଏମ) ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ଅବସରପ୍ରାପ୍ତ ଅଧ୍ୟାପକ ରବିନ୍ଦ୍ର ବେହୁରିଆ,ଚାଷୀ ନେତା ମାର୍କଣ୍ଡ ଜେନା, ସିପିଆଇ(ଏମ) ଧୁଷୁରୀ ଆଂଚଳିକ କମିଟି ସଂପାଦକ ରମେଶ ସାହୁ, କୃଷକ ନେତା ସତ୍ୟମୂର୍ତି ବେହେରା, ଅବସରପ୍ରାପ୍ତ ଶିକ୍ଷକ ଦୁର୍ଯ୍ୟୋଧନ ଖଟୁଆ, ବରିଷ୍ଠ ନେତା ଯୁଧିଷ୍ଠିର ମହାପାତ୍ର, ଯୁବନେତା କୈଳାସ ବାରିକ୍‌, ଯୁବନେତା ପ୍ରଶାନ୍ତ ସାହୁ, ଚାଷୀ ନେତା ଚିତ୍ରସେନ ଜେନା, ଶିକ୍ଷକ ନେତା ଚିତ୍ରଭାନୁ ଦାଶ, ଯୁବନେତା ଆଶିଷ ସାହୁ, ଛାତ୍ରନେତ୍ରୀ ସୁଶ୍ରୀ ସଂଗୀତା ମହାଳିକ ପ୍ରମୁଖ ସ୍ମୃତିଚାରଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.