Home ଜିଲ୍ଲା ପରିକ୍ରମା ଆଜି ୨ ନୂତନ ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା ୨୨୯

ଆଜି ୨ ନୂତନ ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା ୨୨୯

183

ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲ୍ଲାରେ ନୂତନ କରି ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନେ ସମସ୍ତେ ପ୍ରବାସୀ ଏବଂ କ୍ୱାରେଣ୍ଟାଇନ କେନ୍ଦ୍ରର ଅନ୍ତେବାସୀ । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଭଦ୍ରକ ପୌରପାଳିକାର ୬ ନଂ ୱାର୍ଡର ଏବଂ ଜଣେ ନାଇକାଣିଡିହି ଥାନା କରଞ୍ଜଆଡିଆ ହାଇସ୍କୁଲ କ୍ୱାରେଣ୍ଟାଇନ ସେଣ୍ଟରର । ଦୁହେଁ ମହାରାଷ୍ଟ୍ରରୁ ଫେରି କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଥିଲେ । ଚିହ୍ନଟ ପରେ ଜିଲ୍ଲାପାଳ ଡ. ଜ୍ଞାନ ଦାସ ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟଜୋନ ଓ ପଞ୍ଚାୟତକୁ ବଫରଜୋନ ଘୋଷଣା କରିଛନ୍ତି । ଭଦ୍ରକ ପୌରପାଳିକାରୁ ବାହାରିଥିବା ଆକ୍ରାନ୍ତଙ୍କ ନିମନ୍ତେ ଭଦ୍ରକ ୬ ନଂ ୱାର୍ଡର ଦକ୍ଷିଷଣଶ୍ୱରୀ କାଳୀମନ୍ଦିର ସମ୍ମୁଖ ଆଶ୍ରୟସ୍ଥଳ କଣ୍ଟେନମେଣ୍ଟଜୋନ ଓ ୱାର୍ଡ ନଂ-୬ ବଫରଜୋନ, ସେହିପରି ବାସୁଦେବପୁର ବ୍ଳକ ଅନ୍ତର୍ଗତ ନାଇକାଣିଡିହି ପଞ୍ଚାୟତ ବଫରଜୋନ ଓ କରଞ୍ଜଆଡିଆ ହାଇସ୍କୁଲ କଣ୍ଟେନମେଣ୍ଟ ଜୋନ ହୋଇଛି । ଅନ୍ୟପକ୍ଷରେ ଜିଲ୍ଲାପାଳ ଡ. ଦାସ ଭଦ୍ରକ ବ୍ଲକ ବହୁଦରଡା ପଞ୍ଚାୟତକୁ ବଫରଜୋନ ଓ ବହୁଦରଡା ନୋଡାଲ ସ୍କୁଲକୁ କଣ୍ଟେନମେଣ୍ଟଜୋନ ଏବଂ ଭଣ୍ଡାରିପୋଖରୀ ବ୍ଲକର ନପଙ୍ଗ ହାଇସ୍କୁଲ, ନପଙ୍ଗ ଗ୍ରାମ, ମହୁରା ହାଇସ୍କୁଲ କଣ୍ଟେନମେଣ୍ଟଜୋନ ଓ ନପଙ୍ଗ ପଞ୍ଚାୟତ, ନିର୍ଗୁଣ୍ଡି ପଞ୍ଚାୟତକୁ ବଫରଜୋନ କଟକଣାମୁକ୍ତ କରାଯାଇଛି । ଜିଲ୍ଳାରେ ଆଜି ଚିହ୍ନଟ ୨ ନୂଆ ।କ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୯ ହୋଇଥିବା ବେଳେ ଆଜି ସୁ୍‌ଦ୍ଧା ମୋଟ ୨୦୦ଜଣ ସୁସ୍ଥ ହୋଇ ସାରିଛନ୍ତି । ଆକ୍ଟିଭ କେଶ ଭାବେ ୨୯ଟି ରହିଛି । ଜିଲ୍ଲାରୁ ମୋଟ ୯୩୬୬ ସାମ୍ପୁଲ ଟେଷ୍ଟ ସରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.