Home Top News ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦେଲା ବିଜେପି – ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର...

ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦେଲା ବିଜେପି – ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି ଏବଂ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଦିନ ବିଜେପି କର୍ମୀଙ୍କୁ ମାଡ ମାରିଥିବା ସମସ୍ତଙ୍କୁ ଗିରଫ ଦାବି କରି ବନ୍ଦ ଡାକରା

53

ବାରିପଦା ୨୫ -୧୦ (ଓଡ଼ିଆ ପୁଅ): ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦେଇଛି ଭାରତୀୟ ଜନତା ପାର୍ଟି। ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି ଏବଂ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଦିନ ବିଜେପି କର୍ମୀଙ୍କୁ ମାଡ ମାରିଥିବା ସମସ୍ତଙ୍କୁ ଗିରଫ ଦାବି କରି ବନ୍ଦ ଡାକରା ଦେଇଛି ବିରୋଧି ଦଳ। ଏଥିସହ ୧୬ ଦଫା ଦାବି ନେଇ ବନ୍ଦ ଡାକରା ଦିଆଯାଇଛି। ମମିତା ମେହେରଙ୍କ ହତ୍ୟାକାଣ୍ଡରେ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣି ତାଙ୍କୁ ମନ୍ତ୍ରୀ ପଦରୁ ହଟାଇବା ପାଇଁ କ୍ରମାଗତ ଭାବେ ଦାବି କରି ଆସୁଛି ବିଜେପି।

ସୂଚନାଯୋଗ୍ୟଯେ, ଗତ ୨୨ତାରିଖରେ ମୁଖ୍ୟମନ୍ତ୍ରୀ ବାରିପଦା ଗସ୍ତରେ ଆସିଥିବାବେଳେ କିଛି ବିଜେପି କର୍ମୀ ନବୀନଙ୍କୁ କଳା ପତାକା ଦେଖାଇବା ଅବସରରେ ବିଜେପି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ବିଜେଡି କର୍ମୀ। ଏନେଇ ଥାନାରେ ୧୬ ଜଣ ବିଜେଡି କର୍ମୀଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲା ବିଜେପି। ୨ଜଣଙ୍କୁ ଗିରଫ କରିଛି ପୋଲିସ୍ କିନ୍ତୁ ଅନ୍ୟମାନଙ୍କୁ କାହିଁକି ଗିରଫ କରାଯାଇନାହିଁ ବିଡେପି ଅଭିଯୋଗ କରିଛି।

ଅପର ପକ୍ଷରେ ବିଜେପିର ବାରିପଦା ବନ୍ଦ ଡାକରାକୁ ବିଜେଡିର ବିରୋଧ କରିଛି। ବିଜେଡିର ଜନାଭିମୁଖୀ କାର୍ଯ୍ୟକୁ ସହିପାରୁନି ବିଜେପି ବୋଲି କହିଛନ୍ତି ମନ୍ତ୍ରୀ ସୁଦାମ ମାର୍ଣ୍ଡି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.