Home Top News ଆଜି ସ୍ନାନପୂର୍ଣ୍ଣିମା : ୧୦୮ ଗରା ପବିତ୍ର ଜଳରେ ସ୍ନାନ କରିବେ ଶ୍ରୀଜିଉ, ହାତୀବେଶରେ ପ୍ରଭୁ...

ଆଜି ସ୍ନାନପୂର୍ଣ୍ଣିମା : ୧୦୮ ଗରା ପବିତ୍ର ଜଳରେ ସ୍ନାନ କରିବେ ଶ୍ରୀଜିଉ, ହାତୀବେଶରେ ପ୍ରଭୁ ଦେବେ ଦର୍ଶନ

90

ପୁରୀ ୨୪-୬ (ଓଡ଼ିଆ ପୁଅ) : ଆଜି ସ୍ନାନପୂର୍ଣ୍ଣିମା। ଆଜି ଦେଖିବାକୁ ମିଳିବ ପ୍ରଭୁଙ୍କର ଗଜବେଶ। ୧୦୮ ଗରା ପବିତ୍ର ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତୀ। ମଧ୍ୟରାତିରୁ ସ୍ନାନ ମଣ୍ଡପକୁ ପହଣ୍ଡି ବିଜେ କରିଛନ୍ତି ଶ୍ରୀଜିଉ। ୧୧ଟା ସୁଦ୍ଧା ହାତୀବେଶ ହେବ। ବାହୁଡ଼ା ପହଣ୍ଡି ଅପରାହ୍ନ ୪ଟାରୁ ଅପରାହ୍ନ ୫ଟା ମଧ୍ୟରେ ହେବ। ଏହା ପରେ ଅଣସର।

ପୂର୍ବବର୍ଷ ପରି ଏବର୍ଷ ମଧ୍ୟ ସ୍ନାନଯାତ୍ରାରେ ଛେରାପହଁରା କରିବେନି ଗଜପତି ମହାରାଜା। ଚଳିତବର୍ଷ ତାଙ୍କ ପ୍ରତିନିଧି ଭାବେ ମୁଦିରସ୍ତ ଛେରାପହଁରା ନୀତି ସଂପାଦନ କରିବେ।

ତେବେ କୋଭିଡ କଟକଣା ଅନୁଯାୟୀ, ସ୍ନାନଯାତ୍ରା ଚାଲିଛି। ଏହାର ସିଧା ପ୍ରସାରଣ ଆପଣ ଦେଖିପାରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.