Home ଓଡ଼ିଶା ଆଜି ମୋଦିଙ୍କ ସାଉଦି ଆରବ ଗସ୍ତ

ଆଜି ମୋଦିଙ୍କ ସାଉଦି ଆରବ ଗସ୍ତ

451

ନୂଆଦିଲ୍ଲୀ,୨୮/୧୦,(ଓଡ଼ିଆ ପୁଅ ପି ନାୟକ):ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ସାଉଦି ଆରବ ଗସ୍ତ କରୁଛନ୍ତି। ସାଉଦୀ ଆରବର ପବ୍ଲିକ ଉନଭେଷ୍ଟମେଣ୍ଟ ଫଣ୍ଡ ଓ ଆସନ୍ତା କାଲି ଅର୍ଥାତ ୨୯ରୁ ୩୧ ଅକ୍ଟୋବର ମଧ୍ୟରେ ହେବାକୁ ଥିବା ତିନି ଦିବସୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ଏହି ଗସ୍ତ କରୁଛନ୍ତି ।  କାଶ୍ମୀର ଗ୍ଲୋବାଲ ଇସ୍ୟୁ କରିବାର ଚେଷ୍ଟା କରୁଥିବା ପାକ୍‌ ଓ ଦେଶରେ ଆର୍ଥିକ ମନ୍ଦୀ ପ୍ରଭୃତି ବିଷୟରେ ଆଲୋଚନା କରିବା ଥିବାରୁ ମୋଦିଙ୍କ ଏହି ଯାତ୍ରାକୁ ବହୁ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି । କହିବାକୁ ଗଲେ, ୨ୟ ଥର ପାଇଁ ମୋଦି ଏହି ଗସ୍ତ କରୁଛନ୍ତି ।  ସାଉଦି ଆରବର ରିୟାଦ ଶହରରେ ହେବାକୁ ଥିବା ତୃତୀୟ ଫ୍ୟୁଚର ଉନଭେଷ୍ଟମେଣ୍ଟ ଇନିଶିଏଟିଭ (ଏଫଆଇଆଇ) ଭାରତ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ଅଟେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.