Home Top News ଆଜି ମହାନାୟକ ଅମିତାଭ ବଚନଙ୍କର ୮୦ ତମ ଜନ୍ମଦିନ : ମଧ୍ୟରାତ୍ରିରେ ଜଲସା ବାହାରେ ଥିବା...

ଆଜି ମହାନାୟକ ଅମିତାଭ ବଚନଙ୍କର ୮୦ ତମ ଜନ୍ମଦିନ : ମଧ୍ୟରାତ୍ରିରେ ଜଲସା ବାହାରେ ଥିବା ପ୍ରଶଂସକଙ୍କୁ ଭେଟି କରିଦେଲେ ଚକିତ

66

ମୁମ୍ବାଇ ୧୧-୧୦ (ଓଡ଼ିଆ ପୁଅ) ଆଜି ମହାନାୟକ ଅମିତାଭ ବଚନଙ୍କର ୮୦ ତମ ଜନ୍ମଦିନ। ଅମିତାଭ ବଚନ ତାଙ୍କ ଜନ୍ମଦିନର ମଧ୍ୟରାତ୍ରୀରେ ମୁମ୍ବାଇରେ ଥିବା ତାଙ୍କର ବଙ୍ଗଳା ଜଲସା ବାହାରକୁ ଆସି ପ୍ରଶଂସକମାନଙ୍କୁ ଦେଇଥିଲେ ସର୍ପ୍ରାଇଜ୍। ସମସ୍ତଙ୍କୁ ହାତ ହଲାଇ ମହାନାୟକ ଅଭିବାଦନ ଗ୍ରହଣ କରିଥିଲେ। ଏବେ ଏହାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓରେ ଅମିତାଙ୍କ ସହ ତାଙ୍କ ଝିଅ ଶ୍ୱେତା ବଚ୍ଚନ ମଧ୍ୟ ଉପସ୍ଥିତ ଥିବାର ଦେଖାଯାଉଛନ୍ତି।

ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନ ୧୧ ଅକ୍ଟୋବରରେ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ବିଗ୍ ବିଙ୍କ ପ୍ରଶଂସକମାନଙ୍କ ପାଇଁ ଏହି ଦିନ ଏକ ମହୋତ୍ସବଠାରୁ କମ୍ ନୁହେଁ। ଏହି ପ୍ରଶଂସକମାନଙ୍କର ମନରଖିବା ପାଇଁ ମହାନାୟକ ରାତ୍ରିଅର୍ଦ୍ଧରେ ଆସି ସେମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ବିଗ୍ ବି ମଧ୍ୟରାତ୍ରିରେ ଜଲସା ବାହାରେ ଠିଆ ହୋଇଥିବା ତାଙ୍କ ପ୍ରଶଂସକଙ୍କୁ ଭେଟି ସମସ୍ତଙ୍କୁ ଅଭିବାଦନ ଜଣାଇବା ସହ ସେମାନଙ୍କୁ ଧନ୍ୟବାଦ ଜଣାଇଲେ।

ଶହ ଶହ ସମର୍ଥକ ବିଳମ୍ବିତ ରାତିରେ ଜାଲସା ବାହାରେ ଏକାଠି ହୋଇଥିଲେ। ସେମାନଙ୍କ ହାତରେ କେକ୍ ଏବଂ ବ୍ୟାନର ଥିଲା। ସେମାନେ ନିଜନିଜ ଭିତରେ ମହାନାୟକଙ୍କର ବାର୍ଥଡେ କେକ କାଟି ଖୁସିମନାଉଥିଲେ। କିଛି ପ୍ରଶଂସକ ମହାନାୟକଙ୍କର ଗୀତ ଗାଉଥିଲେ। ଜଣା ନଥିଲା ଯେ, ମହାନ ବୀର ତାଙ୍କ ଘରୁ ବାହାରକୁ ଆସି ସେମାନଙ୍କୁ ଭେଟିବେ। ସୋସିଆଲ ମିଡିଆରେ ଅମିତାଭ ବଚ୍ଚନଙ୍କର ବିଶ୍ୱରେ କୋଟି କୋଟି ପ୍ରଶଂସକ ଅଛନ୍ତି।

ଅମିତାଭ ବଚ୍ଚନଙ୍କୁ ଜନ୍ମଦିନରେ ଅନେକ ଅନେକ ଅଭିନନ୍ଦନ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.