Home ଓଡ଼ିଶା ଆଜି ଭାରତ-ପାକ ମୁହାଁମୁହିଁ

ଆଜି ଭାରତ-ପାକ ମୁହାଁମୁହିଁ

1409

ନୂଆଦିଲ୍ଲୀ, ୧୦/୦୯,(ଓଡ଼ିଆ ପୁଅ ପି ନାଏକ): ଆଜି ପୁଣି ମୁହାଁମୁହିଁ ହେବେ ଭାରତ ପାକିସ୍ତାନ । ମିଳିତ ଜାତିସଂଘର ମାନବାଧିକାର ଅଧିବେଶନରେ କାଶ୍ମୀର ପ୍ରସଙ୍ଗକୁ ନେଇ ଉଭୟ ନିଜନିଜ ପକ୍ଷ ରଖି​ବେ । ଜେନିଭାରେ ଚାଲିଥିବା ଏହି ଅଧିବେଶନ ପାଇଁ ଦୁଇ ଦେଶର ପ୍ରତିନିଧି ସେଠାକୁ ଯାଇଛନ୍ତି ।

ପାକ୍ ବୈଦେଶିକ ମନ୍ତ୍ରୀଙ୍କ ସହିତ ଜାତିସଂଘରେ ପାକିସ୍ତାନର ସଦସ୍ୟ ଥିବା ତେହମୀନା ଜଞ୍ଜୁଆ ଓ ଅନ୍ୟ ଅଧିକାରୀ ପାକିସ୍ତାନ ପକ୍ଷରୁ ଯାଇଛନ୍ତି । ସେହିପରି ଭାରତ ପକ୍ଷରୁ ତଥ୍ୟ ଉପସ୍ଥାପନ କରିବେ ବିଜୟ ଠାକୁର ଓ ଅଜୟ ବିଷରିଆ ।

ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ କାଶ୍ମୀରରେ ମାନବାଧିକାର ଉଲଂଘନ ହେଉଥିବା ନେଇ ବାରମ୍ବାର ଅଭିଯୋଗ କରି ଆସୁଛି ପାକିସ୍ତାନ । ଏପରିକି ବିଭିନ୍ନ ଫୋରମରେ ଅଭିଯୋଗ କରି ବିଫଳ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.