Home ଓଡ଼ିଶା ଆଜି ଭଗିନୀ ନିବେଦିତାଙ୍କ ୧୫୨ ତମ ଜୟନ୍ତୀ

ଆଜି ଭଗିନୀ ନିବେଦିତାଙ୍କ ୧୫୨ ତମ ଜୟନ୍ତୀ

181

ଭୁବନେଶ୍ୱର୨୮ା୧୦(ଓଡିଆ ପୁଅ)ସମନୟ ନନ୍ଦ:-ସେ ମାର୍ଗାରେଟ ଆଲଭା ଥିଲେ । ସେ ଭାରତରେ ଜନ୍ମ ଗ୍ରହଣ କରି ନ ଥିଲେ । ସେ ଯୁରୋପର ଏକ  ଖ୍ରୀଷ୍ଟିଆନ ପାଦ୍ରୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ହେଲେ ସ୍ୱାମୀ ବିବେକାନନ୍ଦଙ୍କ ସହ ସାକ୍ଷାତ ତାଙ୍କର ଜୀବନର ମୋଡ ବଦଳାଇ ଦେଇଥିଲା । ଏହା ପରେ ସେ ନିଜ ମାନସକୁ ସମ୍ପୂର୍ଣ ଭାବେ ପରିବର୍ତନ କରି ଭାରତ ସହିତ ସମ୍ପୂର୍ଣ ରୂପେ ଏକାକାର କରି ଦେଇଥିଲେ ।ସେ ଭାରତ ଆସିବା ପରେ ଏକ ପ୍ରଶ୍ନର ଉତ୍ତରରେ ନିଜର ସଂକଳ୍ପକୁ ବ୍ୟକ୍ତ କରିଥିଲେ । ସେ କହିଥିଲେ”My life is given to India. In it I shall live and die.” ସେ ଏହି ସଂକଳ୍ପକୁ ନେଇ କାମ କରିଥିଲେ । ତାଙ୍କର ଏହି ସଂକଳ୍ପର ଭାରତର ଜନସାଧାରଣ ହେଉଛନ୍ତି ସାକ୍ଷୀ । ତାଙ୍କର ମୃତ୍ୟୁ ପରେ ତାଙ୍କର ସମାଧିରେ ଭାରତୀୟ ମାନେ ଲେଖିଛନ୍ତି -“Here reposes Sister Nivedita who gave her all to India”ଭାରତକୁ ଭଲ ପାଉଥିବା ଓ ଭାରତ ଏବଂ ଭାରତୀୟତା ପାଇଁ  ନିଜର ଜୀବନ ଖପାଇ ଦେଇଥିବା ଭଗିନୀ  ନିବେଦିତାଙ୍କୁ ଶତ ଶତ ନମନ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.