Home ଜିଲ୍ଲା ପରିକ୍ରମା ଆଜି ବି ୧୪୭ କରୋନା ପଜିଟିଭ ଚିହ୍ନଟ

ଆଜି ବି ୧୪୭ କରୋନା ପଜିଟିଭ ଚିହ୍ନଟ

45

ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲାଗ ଲାଗ ଦୁଇଦିନ ୧୪୭ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲାର ମୋଟ ଆକ୍ରାନ୍ତ ହୋଇଛନ୍ତି ୧୬ ହଜାର ୭୮୪ । ସୁସ୍ଥ ହୋଇଛନ୍ତି ୧୪ ହଜାର ୩୧୩ଜଣ । ଏବେ ସକ୍ରିୟ ଆକ୍ରାନ୍ତ ଅଛନ୍ତି ୨୪୩୮ ଜଣ । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଭଦ୍ରକ ପୌରପାଳିକାର ବନ୍ତଛକରୁ ଜଣେ, ଅପର୍ତ୍ତିବିନ୍ଧାରୁ ଜଣେ, କୁଆଁସରୁ ୪ଜଣ, ଗବସାହିରୁ ଜଣେ, ବାଗୁରାଇରୁ ୩ଜଣ, ବାଇପାସ୍‌ରୁ ୩ଜଣ, ମଣିସାହିରୁ ଜଣଙ୍କୁ ମିଶାଇ ମୋଟ ୧୫ଜଣ, ଧାମନଗର ବ୍ଲକ ହାତିଆପଡାରୁ ୨ଜଣ, ଚୁଡାକୁଟିରୁ ୨, ଦଳାଙ୍ଗ ୪, ଧୁଷୁରୀ ୪, ଗଢିଆଳିରୁ ଜଣେ, ଦୁଲ୍‌ହାପୁରରୁ ଜଣେ, ଅଲିନଗରରୁ ୨ଜଣ, କଟସାହିରୁ ଜଣେ ଏବଂ ପାଳସାହିରୁ ଜଣଙ୍କୁ ମିଶାଇ ମୋଟ ୧୮ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଭଦ୍ରକ ବ୍ଲକର ଆମ୍ବରୋଳିରୁ ଜଣେ, ଅଣ୍ଢେଇପଲୀରୁ ଜଣେ, ଅର୍ଣ୍ଣପାଳରୁ ୨ଜଣ, ବହୁଦରଡାରୁ ଜଣେ, ଦଇସିଂରୁ ଜଣେ, ସାମରାଇପୁରରୁ ଜଣେ, ହରିପୁରରୁ ଜଣେ, କେଦାରପୁରରୁ ୧୩ଜଣ, ମଉଦାରୁ ୪ଜଣ, ତେନ୍ତୁଳିଗଡିଆରୁ ୨ଜଣ ଏବଂ ସାବରଙ୍ଗରୁ ଜଣଙ୍କୁ ମିଶାଇ ୨୮ଜଣ ଚିହ୍ନଟ ହୋଇଥିବା ବେଳେ ଭଣ୍ଡାରିପୋଖରୀ ବ୍ଲକର ବେଲଗଡିଆ ଗ୍ରାମରୁ ୨ଜଣ, ଜଳମଣ୍ଡୁଆରୁ ଜଣେ, ମାଳଦାରୁ ୨ଜଣ, ନପଙ୍ଗରୁ ଜଣେ, ବୀରଭଟ୍ଟ ଗ୍ରାମରୁ ଜଣେ, ସାନଶାସନ ଗ୍ରାମରୁ ଜଣେ, ପିରିପୁରରୁ ଜଣେ, ରାଜେନ୍ଦ୍ରପୁରରୁ ଜଣଙ୍କୁ ମିଶାଇ ୧୦ଜଣ ଚିହ୍ନଟ ହୋଇଛନ୍ତି । ଚାନ୍ଦବାଲି ବ୍ଳକ ଅଞ୍ଚଳର ବାଘନଟା ଗ୍ରାମରୁ ୨ଜଣ, ନୂଆଗାଁରୁ ଜଣେ ଏବଂ ମତୋ ଗ୍ରାମରୁ ଜଣଙ୍କୁ ମିଶାଇ ୪ଜଣ, ତିହିଡ଼ି ବ୍ଲକର ବାହାବଳପୁର ଗ୍ରାମରୁ ଜଣେ, ଭାଟପଡାରୁ ୨ଜଣ, ଦୋଳସାହିରୁ ଜଣେ, ପୀରହାଟରୁ ଜଣେ, ବାରସରରୁ ଜଣେ, କମାରିଆରୁ ଜଣେ, ପାଳିଆରୁ ୨ଜଣ, ଦଉଲତପୁରରୁ ଜଣେ, ଅଚକରୁ ଜଣେ ଏବଂ ବାଲିଚତୁରୀ ଗ୍ରାମର ଜଣେ ଆକ୍ରାନ୍ତଙ୍କୁ ମିଶାଇ ୧୨ଜଣ, ବନ୍ତ ବ୍ଳକର ଆଡିଆ ଗ୍ରାମରୁ ୩ଜଣ, ପୁରୁଷଣ୍ଢ ଗ୍ରାମରୁ ଜଣେ, ବସନ୍ତିଆ ଗ୍ରାମରୁ ୨ଜଣ, ବନ୍ତ ଗ୍ରାମରୁ ଜଣେ, ମହୁଲଗଡିଆ ଗ୍ରାମରୁ ଜଣେ, ସାହୁପଡା ଗ୍ରାମରୁ ଜଣେ , ପଞ୍ଚତୀରା ଗ୍ରାମରୁ ଜଣେ, ଓଡଙ୍ଗ ଗ୍ରାମରୁ ୨ଜଣ, ଟିଲୋ ଗ୍ରାମରୁ ଜଣେ ଓ ତୋଡଙ୍ଗା ଗ୍ରାମରୁ ଜଣଙ୍କୁ ମିଶାଇ ୧୪ଜଣ, ଚାନ୍ଦବାଲି ଏନ୍‌ଏସି ୭ନଂ ୱାର୍ଡରୁ ଜଣେ ଓ ୩ ନଂ ୱାର୍ଡରୁ ୪ଜଣଙ୍କୁ ମିଶାଇ ୫ଜଣ ଚିହ୍ନଟ ହୋଇଥିବା ବେଳେ ଧାମନଗର ଏନ୍‌ଏସିର ୭ ନଂ ୱାର୍ଡରୁ ୨ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜିଲ୍ଲା ଭାବେ ବାଲେଶ୍ୱର ଜିଲ୍ଲା ଖଇରା ବ୍ଳକରୁ ୪ଜଣ, କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଳକରୁ ୩ଜଣ ଏବଂ ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଳକ ଅଞ୍ଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳର ୩୧ଜଣ ଜିଲ୍ଲା ବାହାର ବିଭିନ୍ନ ମେଡିକାଲରେ ଚିକିତ୍ସା ସମୟରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.