Home Top News ଆଜି ପୁଣି କନ୍ଦେଇଲା ତୈଳ ଦର

ଆଜି ପୁଣି କନ୍ଦେଇଲା ତୈଳ ଦର

25

ନୂଆ ଦିଲ୍ଲୀ ୩ – ୦୪ (ଓଡ଼ିଆ ପୁଅ) ପୁଣି ଆଜି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଦ୍ୱାରା କ୍ରମାଗତ ଭାବେ ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ବୃଦ୍ଧି କରିଛନ୍ତି। ତେବେ ଆଜି ମଧ୍ୟ ତୈଳ ଦର ବୃଦ୍ଧିପାଇଛି। ଆଜି ଡିଜେଲର ମୂଲ୍ୟ ୮୦ ରୁ ୮୫ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲର ମୂଲ୍ୟ ୮୦ ରୁ ୮୫ ପଇସା ବୃଦ୍ଧି ପାଇଛି।

ଆପଣ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ। ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଏବଂ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ପଡିବ। ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ।

ପୁନଶ୍ଚସୂଚନାଯୋଗ୍ୟଯେ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ ଟାରେ ବଦଳିଥାଏ। ସକାଳ ୬ ଟାରୁ ନୂତନ ଦର ପ୍ରଯୁଜ୍ୟ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିହେବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ।

ଜାଣି ନିଅନ୍ତୁ ମେଟ୍ରୋ ସହର ଗୁଡ଼ିକର ଦର

ସହର ପେଟ୍ରୋଲ ଦର ପରିବର୍ତ୍ତିତ ଦର ଡିଜେଲ ଦର ପରିବର୍ତ୍ତିତ ଦର
ନୂଆ ଦିଲ୍ଲୀ ୧୦୩.୪୧ ୦.୮ ୯୪.୬୭ ୦.୮
ମୁମ୍ବାଇ ସିଟି ୧୧୮.୪୧ ୦.୮୪ ୧୦୨.୬୪ ୦.୮୫
କୋଲକାତା ୧୧୩.୦୩ ୦.୮୪ ୯୭.୮୨ ୦.୮
ଚେନ୍ନାଇ ୧୦୮.୯୬ ୦.୭୫ ୯୯.୦୪ ୦.୭୬
ଭୁବନେଶ୍ୱର ୧୧୦.୩୬ ୦.୮୬ ୧୦୦.୧୨ ୦.୮୫

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.